ରାଜ୍ୟ

ପ୍ରଥମ ବାର୍ଷିକ ଉତ୍ସବ ପାଳନ କଲା ଚିଲିକା ପ୍ରେସ ୟୁନିଅନ

ଚିଲିକା:(ବିରଞ୍ଚି ନାରାୟଣ ପ୍ରଧାନ )ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ, ବାଲୁଗାଁ ଥାନା ନିକଟସ୍ଥ ମାମୁଁ ଭଣଜା ପାହାଡ ସ୍ଥିତ ଦୂର୍ଗା କଲ୍ୟାଣ ମଣ୍ଡପ ଠାରେ ଓଡିଶା ପତ୍ରକାର ସଂଘ ଓ ଚିଲିକା ପ୍ରେସ ୟୁନିୟନ୍ ପକ୍ଷରୁ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଲୋଚ୍ୟ ଵିଷୟ “ସାମ୍ପ୍ରତିକ ପରିସ୍ଥିତିରେ ଗ୍ରାମୀଣ ସାମ୍ୱାଦିକ ମାନଙ୍କ ଭୂମିକା” ବିଷୟକୁ ନେଇ ସମସ୍ତ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ଯକ୍ରମ ଉଦଘାଟନ କରିଥିଲେ । ପରେ ପରେ ଚିଲିକା ପ୍ରେସ ୟୁନିୟନର ବରିଷ୍ଠ ସାମ୍ବାଦିକ ଆଦିତ୍ୟ କୁମାର ପାଇକରାୟ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ମଞ୍ଚ ଉପରେ ଅତିଥି ମାନଙ୍କୁ ଉତ୍ତରୀୟ , ପୁଷ୍ପଗୁଛ ଓ ଫଳକ ଦେଇ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଭଗବତୀ କଳା ନିକେତନର କଳାକାର ମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଚିଲିକା ପ୍ରେସ ୟୁନିୟନର ସମ୍ପାଦକ ବୀରେନ କୁମାର ସାହୁ ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ସଭାପତି ଅଶୋକ କୁମାର ପାଇକରାୟଙ୍କ ପୌରୋହିତ୍ୟରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଉଦ୍ଘାଟକ ରଘୁନାଥ ସାହୁଙ୍କ ଉଦ୍ଘାଟନୀ ବକ୍ତବ୍ୟ ପ୍ରଦାନ ପରେ ମୁଖ୍ୟ ଅତିଥି ପାରିକୁଦ ଗଡର ରାଜା ସାହେବ୍ ସନ୍ତୋଷ କୁମାର ସିଂ ଦେଓ ମର୍ଦ୍ଦରାଜ ସାମ୍ୱାଦିକ ମାନଙ୍କ ଭୂମିକା ବିଷୟକୁ ନେଇ ଆଲୋଚନା କରିଥିଲେ। ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଖୋର୍ଦ୍ଧା ଜିଲ୍ଲା ଡି ଆଇ ପି ଆର୍ ଓ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ଗ୍ରାମୀଣ ସାମ୍ୱାଦିକ ମାନଙ୍କର କର୍ତ୍ତବ୍ୟ ଓ ସାମାଜିକ ସୁରକ୍ଷା ସଂପର୍କରେ ଆଲୋକପାତ କରିଥିଲେ।

ବିଶେଷ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଶ୍ରମିକ ନେତା ତଥା ଅଲ ଇଣ୍ଡିଆ ସେଣ୍ଟ୍ରାଲ କାଉନସିଲ ଟ୍ରେଡ଼ ୟୁନିୟନର ରାଜ୍ୟ ସମ୍ପାଦକ ମହେନ୍ଦ୍ର ପରିଡ଼ା, ଓଡ଼ିଶା ପତ୍ରକାର ସଂଘର ସଭାପତି ଅବିନାଶ ମିଶ୍ର, ଓଡ଼ିଶା ପତ୍ରକାର ସଂଘର ଉପସଭାପତି ହର ଦାସ , ଓଡ଼ିଶା ପତ୍ରକାର ସଂଘର ଖୋର୍ଦ୍ଧା ଜିଲ୍ଲା ସଭାପତି ମାଧବ ଚନ୍ଦ୍ର ରାଉତରାୟ, ଦୈନିକ ସମ୍ବାଦପତ୍ର ସ୍ଵତନ୍ତ୍ର ବାର୍ତ୍ତାର ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ଚିଲିକା ବ୍ଲକ ବଉଳାବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦେବାଶିଷ ରଥ, ପୂର୍ବତନ ଚିଲିକା ବ୍ଲକ୍ ଚେୟାରମ୍ୟାନ ଲଳିତ ମୋହନ ପଟ୍ଟନାୟକ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ଗ୍ରାମୀଣ ସାମ୍ୱାଦିକ ମାନଂକର ଭୂମିକା ସମ୍ବନ୍ଧରେ ଆଲୋଚନା କରିଥିଲେ ।କାର୍ଯ୍ୟକ୍ରମରେ ଚିଲିକା ପ୍ଲିଡର୍ସ ଆସୋସିଏସନର ସଭାପତି ଖଗେଶ୍ବର ପାତ୍ର, ବରିଷ୍ଠ ସାମ୍ବାଦିକ ନୃସିଂହ ପ୍ରସାଦ ମିଶ୍ର, ବରିଷ୍ଠ ନାଟ୍ୟକାର ଓ ପତ୍ରକାର ଭିକାରୀ ଚରଣ ପ୍ରଧାନ ,ଯୁବ ସମାଜସେବୀ ଅଭିଷେକ ମିଶ୍ର, ଉଦ୍ୟୋଗକର୍ତ୍ତା ଦୀପକ କୁମାର ଜେନା ,ସମାଜସେବୀ ତଥା ସେଣ୍ଟ ଜନ୍ ଆମ୍ବୁଲାନ୍ସ ଆସୋସିଏସନ୍ ଅଫ ଇଣ୍ଡିଆର ଆଜୀବନ ସଦସ୍ୟ ଅନନ୍ତ ଚରଣ ଖଟେଇ, ଚିଲିକା ଦିବ୍ୟାଙ୍ଗ ମଞ୍ଚର ସମ୍ପାଦକ ପ୍ରଶାନ୍ତ କୁମାର ଦଳବେହେରା ପ୍ରମୁଖଙ୍କୁ ସମାଜରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା। ବାଲୁଗାଁ ଏନ୍ ଏ ସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ,ବାଣପୁର ଏନ୍ ଏ ସି ଅଧ୍ୟକ୍ଷ ମିଟୁ ନାୟକ, ଖୋର୍ଦ୍ଧା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ତଥା ପୂର୍ବତନ ସରପଞ୍ଚ ମନୋଜ କୁମାର ପ୍ରଧାନ,ବରିଷ୍ଠ ସାମ୍ବାଦିକ କୈଳାଶ ଚନ୍ଦ୍ର ଦାଶ ,ବରିଷ୍ଠ ଉଦ୍ୟୋଗକର୍ତ୍ତା ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ, ସରୋଜ କୁମାର ମହାନ୍ତି, ମୁନୁ ମାନସିଂହ , ଶେଖ୍ ଜାବିର୍ ଓ ସରକାରୀ ଅଧିକାରୀ ପ୍ରମୁଖ ସେମାନଙ୍କର କାର୍ଯ୍ଯ ବ୍ୟସ୍ତତା ମଧ୍ୟରେ ଉପସ୍ଥିତ ରହି ନ ପାରି ନିଜ ନିଜର ଶୁଭେଚ୍ଛା ବାର୍ତ୍ତା ପଠାଇଥିଲେ। ଉପଦ୍ୟେଷ୍ଟା ତଥା କୁମ୍ଭୀରପଡା ବରିଷ୍ଠ ନାଗରିକ ଆଶ୍ରମର ପ୍ରତିଷ୍ଠାତା ସୁକାନ୍ତ ବିଶ୍ଵାଳ ପ୍ରଥମେ ସମସ୍ତ ଅତିଥି ମାନଙ୍କୁ ତାଙ୍କର ଆଶ୍ରମ ଠାରେ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ସଭା ସ୍ଥଳକୁ ପାଛୋଟି ଆଣିଥିଲେ। ଉପଦେଷ୍ଟା ଭାଗିରଥୀ ଛୋଟରାୟ ଶ୍ରୀ ବିଶ୍ଵାଳଙ୍କ ସହିତ ମିଶି ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମକୁ ସୁନ୍ଦର ଭାବରେ ଗଢି ତୋଳିଥିଲେ। ଆଦିତ୍ୟ କୁମାର ପାଇକରାୟଙ୍କ ସଂଯୋଜନାରେ ବିରଞ୍ଚି ନାରାୟଣ ପ୍ରଧାନ, ବିବେକାନନ୍ଦ ପଣ୍ଡା, ବିଭୁଢେନ୍ଦୁ ରାଉତ, ଅଖିଳ କୁମାର ପଲେଇ ପ୍ରମୁଖ ସଭାକାର୍ଯ୍ଯ ପରିଚାଳନା କରିଥିଲେ। ଗୋବିନ୍ଦ ଚନ୍ଦ୍ର ଜାଲିଙ୍କ ନୃତ୍ୟ ସଂଯୋଜନାରେ ତ୍ରିଲୋଚନ ବାରିକଙ୍କ ପରିଚାଳିତ ଭଗବତୀ କଳା ପରିଷଦର କଳାକାରମାନଙ୍କର ନୃତ୍ୟ ସମସ୍ତଙ୍କର ମନ ମୋହି ନେଇଥିଲା। ଚିଲିକା ପ୍ରେସ ୟୁନିୟନର ସହ ସଂପାଦକ ତଥା ଅଲ ଇଣ୍ଡିଆ ସେଣ୍ଟ୍ରାଲ କାଉନସିଲ ଟ୍ରେଡ଼ ୟୁନିୟନର ଖୋର୍ଦ୍ଧା ଜିଲା ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ବରାଳ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ କାର୍ଯ୍ୟକ୍ରମକୁ ସମାପ୍ତ କରିବା ପାଇଁ ଘୋଷଣା କରିଥିଲେ। ରଞ୍ଜିତ ସୁବୁଦ୍ଧିଙ୍କ ସଂଯୋଜନାରେ କାର୍ଯ୍ୟକ୍ରମର ସିଧା ପ୍ରସାରଣ ନିଉଜ ସିକ୍ସଟିନ ଓଡ଼ିଆ ଚାନେଲ୍ ମାଧ୍ୟମରେରେ ବ୍ୟବସ୍ତା କରାଯାଇଥିଲା। ଦୀପକ ଦାସଙ୍କ ତତ୍ତ୍ଵାବଧାନରେ ଖାଦ୍ୟ ପ୍ରସ୍ତୁତି ଓ ପରିବେଷଣ ବେଶ୍ ସନ୍ତୋଷ ଜନକ ହୋଇପାରି ଥିଲା। ଆଗାମୀ ଦିନରେ କିଭଳି ଆହୁରି ଅଧିକରୁ ଅଧିକ ଗ୍ରାମାଚଳର ଖବର ପ୍ରଚାର ପ୍ରସାର କରାଯିବ ସେ ବିଷୟରେ ଆସିଥିବା ସମସ୍ତ ଆମନ୍ତ୍ରୀତ ଅତିଥିମାନେ ଆମ୍ଭ ମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *