ରାଜ୍ୟ

ଜିଲାପାଳଙ୍କୁ ଛାଡୁନି ଅନୁଗୋଳ ମାଟି

କେବେ ଗାଦି ଛାଡ଼ିବେ ଜିଲ୍ଲାପାଳ?, ଜୁନରେ ନିର୍ବାଚନ

ଅନୁଗୋଳ : ଶିଳ୍ପ ନଗରୀ ଅନୁଗୋଳ ଜିଲ୍ଲାରେ ଯିଏ ପାଦ ଦେଇଛି ଯିବାକୁ ଇଚ୍ଛା ହେଉନି। ଜିଲ୍ଲାର ମାଟି, ପାଣି, ପବନ ସମସ୍ତଙ୍କୁ ଭିଡ଼ି ଧରୁଛି। ଶିଳ୍ପ ନଗରୀ ଅନୁଗୋଳ ଜିଲ୍ଲାରେ ପିଅନ ଠାରୁ ଆରମ୍ଭ କରି ବଡ଼ ବଡ଼ ବାବୁମାନେ ବି ପାଣି ପବନକୁ ଭୁଲି ପାରୁ ନାହାଁନ୍ତି। ଯିଏ ଜିଲ୍ଲାକୁ ଆସିଲା ସିଏ ରହିଲା ଗାଦି ଛାଡ଼ିବାକୁ ରାଜି ହେଉ ନାହାନ୍ତି।
ଆମେ ଏଠି କହୁଚୁ ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ କଥା। ଜିଲ୍ଲାପାଳ ଜିଲ୍ଲାବାସୀ ଏବଂ ସହର ବାସୀଙ୍କ ପାଇଁ ଯାହା କରିଛନ୍ତି ସମସ୍ତଙ୍କୁ ଊଣା ଅଧିକ ଜଣା।ସହରରେ ସୌନ୍ଦର୍ଯ୍ୟ କରଣ ଠାରୁ ଆରମ୍ଭ କରି ହେଲଥ କରିଡ଼ର ଲୋକଙ୍କ ପାଇଁ ବେଶ୍ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଜିଲ୍ଲାରେ ଯେତିକି ବିକାଶ ହେବା କଥା ତାହା ହୋଇ ନଥିବାରୁ ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି। ତେଣୁ ଆସନ୍ତା ବର୍ଷ ଜୁନ ମାସ ୨୪ତାରିଖରେ ବିଧାନ ସଭା ଏବଂ ଲୋକସଭାର ଓଡ଼ିଶାରେ ନିର୍ବାଚନ ହେବା ନେଇ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଏନେଇ ନିର୍ବାଚନ ସହ ଜଡ଼ିତ ଥିବା କୌଣସି ଅଧିକାରୀ ତିନି ବର୍ଷରୁ ଉର୍ଦ୍ଧ୍ବ ସମୟ ରହି ପାରିବେ ନାହିଁ ବୋଲି ରାଜ୍ୟ ସରକାରଙ୍କୁ ଜଣାଇବା ସହ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି କମିଶନ। ତେଣୁ ଯଦି ଦେଖିବା ପୂର୍ବତନ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ୧୪/୦୯/୨୦୨୦ରେ ବର୍ତ୍ତମାନ ଥିବା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଦାୟିତ୍ଵ ବହନ କରିଥିଲେ। ଯାହା ଫଳରେ କି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କର କାର୍ଯ୍ୟକାଳ ତିନି ବର୍ଷରୁ ଉର୍ଦ୍ଧ୍ବ ହୋଇ ତିନିବର୍ଷ ତିନିମାସ ଚାଲୁଛି। ଜିଲ୍ଲାପାଳ ଛଅ ମାସ ପୂର୍ବରୁ ଯିବେ ବୋଲି ଶୁଣି ଆସୁଛନ୍ତି କିନ୍ତୁ ବାବୁ ଗାଦି ଛାଡ଼ୁ ନାହାନ୍ତି। ତେଣୁ ଅନୁଗୋଳ ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି କି ଅନୁଗୋଳ ଜିଲ୍ଲାକୁ ଯିଏ ଆସୁଛି ପିଅନ ଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ଗାଦି ଛାଡିବାକୁ ନାରାଜ ହେଉଛନ୍ତି। ଯେପରି ଏଠି କୋଳି ଖାଇ ମଞ୍ଜି ପୋତିଛନ୍ତି।

Leave a Reply

Your email address will not be published. Required fields are marked *