ମନୋରଞ୍ଜନ

ଖ୍ରୀଷ୍ଟମାସରେ ପ୍ରଶଂସକଙ୍କୁ ଉପହାର ଦେଲେ ଆଲିଆ -ରଣବୀର

ମୁମ୍ବାଇ: ଖ୍ରୀଷ୍ଟମାସ ଅବସରରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ସେମାନଙ୍କ ପ୍ରଶଂସକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ଏହି ଦମ୍ପତି ସେମାନଙ୍କ ପ୍ରିୟ ଝିଅ ରାହାଙ୍କ ଚେହେରା ଦେଖାଇଛନ୍ତି। ଏହି ଦମ୍ପତିଙ୍କ ପ୍ରଶଂସକମାନେ ସେମାନଙ୍କର ଛୋଟ ରାଜକୁମାରୀଙ୍କ ଚେହେରା ଦେଖିବାକୁ ଖୁବ ଅକ୍ଷୋ କରିଥିଲେ। ବର୍ତ୍ତମାନ ଏହି ଦମ୍ପତି ସେମାନଙ୍କର ଇଚ୍ଛା ପୂରଣ କରିଛନ୍ତି।

ସୋମବାର କପୁର ପରିବାରର ଖ୍ରୀଷ୍ଟମାସ ମଧ୍ୟାହ୍ନ ଭୋଜନରେ ଏହି ଦମ୍ପତି ପ୍ରଥମ ଥର ପାଇଁ ପାପାରାଜିଙ୍କୁ ରାହାଙ୍କ ମୁହଁ ଦେଖାଇଥିଲେ। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଠାରେ ରଣବୀର ଏବଂ ଆଲିଆ ନିଜ ନହ୍ନିସି ଜାନ ବିଷୟରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ରଣବୀର ଏବଂ ଆଲିଆ କିପରି ରାହାଙ୍କୁ ନିଜ କୋଳରେ ନେଇ ପାପାରାଜିଙ୍କୁ ଭେଟିବା ପାଇଁ ଆଣିଛନ୍ତି। ବାପାଙ୍କ କୋଳରେ ବସିଥିବା ବେଳେ ରାହା ବହୁତ ଶାନ୍ତ ଦେଖାଯାଉଥିଲେ। ଏଥି ସହିତ ପ୍ରଶଂସକମାନେ ୧ ବର୍ଷ ବୟସ୍କା ରାହାଙ୍କ ନୀଳ ଆଖି, ନିରୀହ ଚେହେରା ଏବଂ ସ୍ନେହପୂର୍ଣ୍ଣ ହସ ଉପରେ ନିଜ ପ୍ରେମକୁ ଅଜାଡି ଦେଇଛନ୍ତି। ରଣବୀର-ଆଲିଆଙ୍କ ଝିଅ ଏବେ ସାମ୍ନାକୁ ଆସି ଖୁବ ଚର୍ଚ୍ଚାରେ ଅଛନ୍ତି।

Leave a Reply

Your email address will not be published. Required fields are marked *