ରାଜନୀତି

ମିଶ୍ରପଡା କାର୍ଯ୍ୟାଳୟରେ ବିଜେପିର ମିଶ୍ରଣ ପର୍ବ

ଅନୁଗୋଳ : ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀ ୩ ନମ୍ବର ଜୋନ୍ ଅନ୍ତର୍ଗତ ଖଲାରୀ ମଣ୍ଡଳ ଅଙ୍ଗରବନ୍ଧ ଗ୍ରାମ ପଞ୍ଚାୟତର ଖଣ୍ଡହତା ଗ୍ରାମର ବହୁ ବିଜେଡି ଓ କଂଗ୍ରେସ ଦଳର ପୁରୁଖା ନେତା ଓ ବହୁ ପୁରୁଷ ଓ ମହିଳା କର୍ମୀ ଆଜି ଭାରତ ର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଙ୍କ ନୀତି,ଆଦର୍ଶ ଓ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଏବଂ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ଵ ଉପରେ ଆସ୍ଥା ପ୍ରକଟ କରି ବିଜେଡ଼ି ଓ କଂଗ୍ରେସ ଦଳ ଛାଡି ସ୍ଥାନୀୟ ମିଶ୍ରପଡା ସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ଉପସ୍ଥିତ ରହି ବିଜେପି ରେ ଯୋଗଦାନ କଲେ । ଏହି ମିଶ୍ରଣ ପର୍ବରେ ଖଣ୍ଡହତା ଗ୍ରାମର ପୁରୁଖା ବିଜେଡି ଓ କଂଗ୍ରେସ ନେତା ସର୍ବର୍ଶୀ ଅନିଲ ଗୋଛାୟତ, ନାଉରି ଗୋଛାୟତ ଓ ଆଦିତ୍ୟ ଗୋଛାୟତଙ୍କ ସମେତ ବହୁ ପୁରୁଷ ଓ ମହିଳା କର୍ମୀ ବିଜେପିରେ ଯୋଗଦାନ କରିଥିଲେ ଓ ଶ୍ରୀଯୁକ୍ତ ପ୍ରଧାନ ସମସ୍ତଙ୍କୁ ଦଳୀୟ ଉତ୍ତରୀ ଓ ଟୋପି ପିନ୍ଧାଇ ଦଳକୁ ସ୍ଵାଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ଶ୍ରୀ ଦିଲୀପ ପ୍ରଧାନ, ଓଡିଶା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟା ପ୍ରତିମା ମିଶ୍ର, ଜିଲ୍ଲା ସମ୍ପାଦିକା ନମିତା ଦଳବେହେରା, ଅନୁଗୋଳ ବିଧାନସଭାର ସଂଯୋଜକ ଦିଲ୍ଲୀପ ଦାସ, ଅଙ୍ଗରବନ୍ଧ ସରପଞ୍ଚ ଶ୍ରୀମତୀ ସୁଜାତା ସାହୁ, ନାଏବ ସରପଞ୍ଚ ସୁରଥି ଶୂଳ, ବିଜେପି ଅନୁଗୋଳ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଗୋପାଳ ଦାସ, ପଞ୍ଚାୟତ ସଦସ୍ୟ ଗିରୀଶ ଚନ୍ଦ୍ର ସ୍ଵାଇଁ, ବିରଞ୍ଚି ସାହୁ, ଶରତ ଦାସ, ରଞ୍ଜନ ସାହୁ, ହାଡିବନ୍ଧୁ, ଅନିଲ ସାହୁ, ଜୀବନ ସାହୁ, ସୁଶାନ୍ତ ସାହୁଙ୍କ ସମେତ ବହୁ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *