ରାଜ୍ୟ

ବାଜପେୟୀଙ୍କ ଜୟନ୍ତୀ ପାଳନ କଲା ପଲ୍ଲୀ ସଂସ୍କୃତି କଳା ପରିଷଦ,

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଗମ୍ଭାରୀମୁଣ୍ଡା ସ୍ଥିତ
ପଲ୍ଲୀ ସଂସ୍କୃତି କଳା ପରିଷଦର ସଭାପତି ଶ୍ରୀ ଦୁଷ୍ମନ୍ତ ହରିଚ଼ନ୍ଦନଙ୍କ ସଭାପତିତ୍ବରେ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳବିହାରୀ ବାଜପେୟୀଙ୍କ 99ତମ ଜୟନ୍ତୀ ପାଳିତ ହୋଇଯାଇଛି।ଏଥିରେ ରାଜ୍ୟ ବିଜେପିର ବରିଷ୍ଠ ନେତା ଶ୍ରୀ ପୃଥ୍ଵୀରାଜ ହରିଚ଼ନ୍ଦନ ମୁଖ୍ୟଅତିଥି ଭାବରେ ଯୋଗଦେଇ ଅଟଳବିହାରୀ ବାଜପେୟୀଙ୍କ ସାମଗ୍ରିକ ଜୀବନ ଉପରେ ବିସ୍ତୃତ ଆଲୋଚନା କରିଥିଲେ।ଶ୍ରୀ ଗୋଲକ ବିହାରୀ ପଟ୍ଟନାୟକ,ସୌମ୍ୟ ରଞ୍ଜନ ସାମନ୍ତରାୟ,ରମେଶ ଚ଼ନ୍ଦ୍ର ସମନ୍ତସିଂହାର,ବିକାଶ ଚନ୍ଦ୍ର ପ୍ରଧାନ, ମନୋଜ ପ୍ରଧାନ,ଶରତ ଚନ୍ଦ୍ର ଛାଟୋଇ, ପ୍ରଭାଶିଷ ପ୍ରଧାନ, ପ୍ରକାଶ ଚନ୍ଦ୍ର ବେହେରା, ସଦାନନ୍ଦ ପାଟ୍ଟଶାଣୀ ଓ ସୁଧାକାର ପ୍ରଧାନ ପ୍ରମୁଖ ଅଟଳବିହାରୀ ବାଜପେୟୀଙ୍କ ଦେଶପ୍ରେମ ଓ ଦେଶ ବିକାଶରେ ତାଙ୍କର ଗୁରୁତ୍ୱପୂର୍ଣ ଅବଦାନ ସମ୍ପର୍କରେ ଆଲୋଚ଼ନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *