ରାଜନୀତି

୨୭ ତମ ପ୍ରତିଷ୍ଠା ଦିବସ ପାଳନ କଲା ବାଲୁଗାଁ ବିଜୁ ଜନତା ଦଳ

ଚିଲିକା:ବାଲୁଗାଁ (ବିରଞ୍ଚି ନାରାୟଣ ପ୍ରଧାନ ) ବାଲୁଗାଁ ରାମପୁର ସ୍ଥିତ ବିଜୁ ଜନତା ଦଳର କାର୍ଯ୍ୟାଳୟ ଠାରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ନେତୃତ୍ୱରେ ୨୭ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହେଉଛି । ଚିଲିକା ନିର୍ବାଚନ ମଣ୍ଡଳୀ ର ବିଜେଡି କର୍ମୀ ମାନଙ୍କର ଉପସ୍ଥିତି ସତେ କି ଜନସମୁଦ୍ରରେ ପରିଣତ ହୋଇ ଯାଇଛି ସଭା ସ୍ଥଳ।ଏହି ଅବସରରେ ଶ୍ରୀ ସାହୁଙ୍କ ସହିତ ସମସ୍ତ ନେତା ଓ କର୍ମୀ ମାନେ ପାଳିଲେ ବିଜୁ ଜନତା ଦଳର ସତେଇସ ତମ ପ୍ରତିଷ୍ଠା ଦିବସ । ଏଥିରେ ପୂର୍ବତନ କାଉନସିଲର ତଥା କାଳିଜାଈ ମୋଟର ବୋଟ ଆସୋସିଏସନ୍ ର ସଂପାଦକ କୃଷ୍ଣ ଚନ୍ଦ୍ର ବେହେରା ବିଜେପି ଦଳ ଛାଡ଼ି ନିଜର ଶତାଧିକ କର୍ମୀ ମାନଙ୍କ ସହିତ ଶ୍ରୀ ସାହୁଙ୍କ ନିକଟରେ ନୂତନ ଭାବେ ବିଜେଡି ରେ ଯୋଗ ଦେଇ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଶପଥ ନେଇଛନ୍ତି।
ଚିଲିକା ନିର୍ବାଚନ ମଣ୍ଡଳୀ ରୁ ବିଭିନ୍ନ ପଞ୍ଚାୟତ ରୁ ଯୁବକ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ହଜାର ହଜାର କର୍ମୀ ଯୋଗ ଦେଇଛନ୍ତି । ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ସମସ୍ତ ବିଜେଡି କର୍ମୀ ଭଲ ପାଇବା ସହିତ ସେ ସମସ୍ତଙ୍କର ଦୁଃଖ ସୁଖରେ ଜଡ଼ିତ ଥିବାରୁ ଓ ନବୀନ ଓଡିଶା ଗଢିବାର ସ୍ବପ୍ନକୁ ସାକାର କରିବା ସଂକଳ୍ପ ନେଇ ଆଗକୁ ବଢିବେ ବୋଲି କର୍ମୀମାନଂକର ଅଖଣ୍ଡ ବିଶ୍ବାସ ରହିଛି। ଆଗକୁ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଶ୍ରୀ ସାହୁଙ୍କ ବିଜେଡ଼ିର ୨୭ତମ ପ୍ରତିଷ୍ଠା ଦିବସରେ ଏହିସଭା ରେ ଶ୍ରୀ ସାହୁ ଉଦବୋଧନ ଦେଇଥିବା ବେଳେ ରମେଶ ମହାପାତ୍ର , ଦୀପକ ଜଗଦେବ, ସୁକାନ୍ତ ଭୋଳ, ଆବିଦ୍ ହୁସେନ , ରବି ବେହେରା ପ୍ରମୁଖ ଉଦବୋଧନ ଦେଇଥିଲେ । ସଭା ସ୍ଥଳ ରେ କେବଳ ପୁରୁଷ ମାନଙ୍କର ଜନସମୁଦ୍ର ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *