ରାଜ୍ୟ

ନୂଆ-ଓ ନବୀନ ଓଡ଼ିଶା ଯୁବ ଓଡ଼ିଶା କ୍ରୀଡ଼ା ଉତ୍ସବ ଉଦଘାଟିତ

କାକଟପୁର,: ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ନେତ୍ରାନନ୍ଦ ସାହୁ ମହିଳା ସ୍ନାତକ ମହାବିଦ୍ୟାଳୟ ପଡ଼ିଆରେ ଆଜି ‘ନୂଆ-ଓ’ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ତରଫରୁ କ୍ରୀଡ଼ା ଉତ୍ସବ ଉଦଘାଟିତ ହୋଇଯାଇଛି। ଆୟୋଜିତ ଉତ୍ସବ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷା ସରୋଜିନୀ ପରିଡା ଙ୍କ ଅଧକ୍ଷତାରେ କାର୍ଯ୍ୟକ୍ରମ ପରିଚାଳନା କରଯାଇଥିଲା । ମୁଖ୍ୟ ଅତିଥି ଭାବେ କାକଟପୁର ମଣ୍ଡଳ ଉନ୍ନୟନ ଅଧିକାରୀ ତୁଷରା ଜ୍ଯୋତି ରଞ୍ଜନ ଏବଂ ସମ୍ମାନିତ ଅତିଥି ଅଙ୍କିତା ଅନିନ୍ଦିତା, ଏକଜୁକେଟିଭ ମ୍ୟାଜିଷ୍ଟ୍ରଟ ତଥା ତହସିଲଦାର କାକଟପୁର ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ଅଭିନବ କାର୍ଯ୍ୟକ୍ରମ ଦ୍ଵାରା ଯୁବକ ଓ ଯୁବତୀ ମାନଙ୍କର ଅନ୍ତର୍ନିହିତ ପ୍ରତିଭା ବିକଶିତ ହୋଇପାରିବ ବୋଲି ଛାତ୍ରୀ ମାନଙ୍କୁ ବୁଝାଇଥିଲେ। ଆୟୋଜିତ ସଭାରେ ମୁଖ୍ୟ ବକ୍ତା ଭାବରେ ନେତ୍ରାନନ୍ଦ ସାହୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଇଂରାଜି ବିଭାଗ ର ଅଧ୍ୟାପକ ଦୁର୍ଯ୍ୟୟ କୁମାର ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କର ଏହି ଅଭିନବ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ୨୬ ତାରିଖ ରୁ ଆରମ୍ଭ ହୋଇଥିବା ଏହି ଏହି ଉତ୍ସବ ଆସନ୍ତା ୩୦ ତାରିଖରେ ଉଦଯାପିତ ହେବାର ସୂଚନା ଦେଇଥିଲେ ମହାବିଦ୍ୟାଳୟ ର ନୋଡାଲ ଅଫିସର ବିଷ୍ନୁପ୍ରିୟା ରଥ। ଆୟୋଜିତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ର ବରିଷ୍ଠ ପ୍ରଧ୍ୟାପିକା ସାଗରୀକା ସାହୁ , ଜୟଶ୍ରୀ ସାହୁ, ସସ୍ମିତା ସାହୁ ,ସାଗରୀକା ନାୟକ,ଚନ୍ଦନା ପଟ୍ଟ ନାୟକ, ସୋନାଲି ସ୍ୱାଇଁ, କିରାଣୀ ପ୍ରଶାନ୍ତ କୁମାର ମହାନ୍ତି, କାହ୍ନୁ ଚରଣ ସାହୁ, ନନ୍ଦକିଶୋର ସାହୁ, ସତ୍ୟଜିତ ଦାଶ, ରବୀନ୍ଦ୍ର କୁମାର ନାୟକ, ପ୍ରମୋଦ କିଶୋର ସାହୁ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *