ରାଜ୍ୟ

“ମାନବ ସେବା ହିଁ ମାଧବ ସେବା” ଅନୁଷ୍ଠାନ ତରଫରୁ ସହାୟତା


ସମ୍ବଲପୁର : ଓଡିଶାର ଏକ ଅଗ୍ରଣୀ ଅନୁଷ୍ଠାନ “ମାନବ ସେବା ହିଁ ମାଧବ ସେବା” ଚାରିଟେବଲ ଟ୍ରଷ୍ଟ ତରଫରୁ ସମ୍ବଲପୁର ଜିଲ୍ଲାର ହୁମାଠାରେ ଥିବା “ବୀର ସୁରେନ୍ଦ୍ର ସାଏ ଜରା ନିବାସ”ରେ ଏକ ସେବା କାର୍ଯ୍ୟ ଗତ ରବିବାର ଗୀତା ଜୟନ୍ତୀ ଅବସରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ହିଣ୍ଡାଲକୋ କମ୍ପାନୀର ଇଞ୍ଜିନିୟରିଙ୍ଗ ବିଭାଗର ମ୍ୟାନେଜେର ଶ୍ରୀଯୁକ୍ତ ନୀଳାଞ୍ଚଳ ରାଉତ ମୁଖ୍ୟ ଅତିଥି ଭାବରେ ଏବଂ ଇବ ଥର୍ମାଲ କମ୍ପାନୀର ଅବସର ପ୍ରାପ୍ତ ଡି.ଜି.ଏମ. ଫାଇନାନ୍ସ ଶ୍ରୀଯୁକ୍ତ ଆନନ୍ଦ କୁମାର ବିଶି, ସମ୍ବଲପୁରର ଅବସର ପ୍ରାପ୍ତ ବ୍ୟାଙ୍କ ମ୍ୟାନେଜେର ଶ୍ରୀଯୁକ୍ତ ଯୋଗେଶ ହୋତା’ ସେଞ୍ଚୁରିଆନ ୟୁନିଭେର୍ସିଟିର ଚିଫ ଲାଇବ୍ରେରୀଆନ ଶ୍ରୀଯୁକ୍ତ ତାପସ କୁମାର ଭୂୟାଁ, ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଶତପଥୀ, ସହ ସମ୍ପାଦିକା ଶ୍ରୀମତୀ ଇତିଶ୍ରୀ ଶତପଥୀ, ସଂଯୋଜିକା ଶ୍ରୀମତୀ ଗୀତାଞ୍ଜଳୀ ପଣ୍ଡା, ବରିଷ୍ଠ ଉପଦେଷ୍ଟା ଶ୍ରୀଯୁକ୍ତ ଜ୍ଞାନେନ୍ଦ୍ରୀୟ ଦାଶ, ଶ୍ରୀମତୀ ସବିତା ଗୁରୁ, ଶ୍ରୀଯୁକ୍ତ ବିଜୟ କେତନ ପଣ୍ଡା, ଶ୍ରୀଯୁକ୍ତ ବିଜୟ ପଣ୍ଡା, ଏଥିସହିତ ଅନୁଷ୍ଠାନର ଶ୍ରୀଯୁକ୍ତ ଅତନୁ ବହିଦାର, ଶ୍ରୀଯୁକ୍ତ ରବିନାରାୟଣ ପଣ୍ଡା, ଶ୍ରୀଯୁକ୍ତ ଯୁଗଳ କିଶୋର ନାୟକ, ଶ୍ରୀମତୀ ବୀଣାପାଣି ଦାସ, ଶ୍ରୀମତୀ ଶୁଭଶ୍ରୀ ନାୟକ, ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ନାୟକ ଶ୍ରୀଯୁକ୍ତ ସୁଶାନ୍ତ ସାହୁ, ଶ୍ରୀଯୁକ୍ତ ମାନଭଞ୍ଜନ ପଣ୍ଡା, ଶ୍ରୀମତୀ ବିନୋଦିନୀ ଦେବତା, ଆଶ୍ରମର ମୁଖ୍ୟ ଶ୍ରୀଯୁକ୍ତ ସତ୍ୟ ନାରାୟଣ ମେଣ୍ଡାଲିଙ୍କ ସହିତ ଅନ୍ୟାନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସେମାନଙ୍କ ପରିବାର ବର୍ଗ ପ୍ରମୁଖ ଯୋଗ ଦେଇଥିଲେ l ଏଥିରେ ଆଶ୍ରମର ଅସୁବିଧା ବିଷୟରେ ଏବଂ ଏମ.ଏସ.ଏମ.ଏସ. ଅନୁଷ୍ଠାନ ବିଷୟରେ ବହୁତ ସୁନ୍ଦର ଆଲୋଚନା କରାଯାଇଥିଲା l ଆଶ୍ରମରେ ଥିବା ୨୫ ଜଣ ଅନ୍ତେବାସୀଙ୍କ ପାଇଁ ୨ ମାସର ରାସନ ସାମଗ୍ରୀ ପ୍ରଦାନ କରାଯଇଥିଲା ଏବଂ ସକାଳ ଜଳଖିଆ ସହ ମଧ୍ୟାହ୍ନ ଭୋଜନ ମଧ୍ୟ ବିତରଣ କରାଯାଇଥିଲା l

Leave a Reply

Your email address will not be published. Required fields are marked *