ରାଜନୀତି

ବିଜେଡି ତରଫରୁ ତୁରେକେଲା ରେ ରକ୍ତଦାନ ଶିବିର


କଣ୍ଟାବାଞ୍ଜି, : ତୁରେକେଲା ଗ୍ରାମ ପଞ୍ଚାୟତ ସମିତି ଅଫିସ୍ ପରିସରରେ ବିଜୁ ଜନତା ଦଳ ର ୨୭ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଏହି ଶିବିର ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଜିଲ୍ଲା ଉପାଧ୍ୟକ୍ଷ ନିରୁପମା ମାଝି ଏବଂ ବିଜେଡି ନେତା ଗିରିରାଜ୍ ସିଂ ମାଝିଙ୍କ ନେତୃତ୍ବରେ ଆୟୋଜନ କରାଯାଇଛି। ଏହି ଶିବିର ରେ ତୁରେକେଲା ବ୍ଲକ ର ଅନେକ ସ୍ବେଛସେବୀ ଏବଂ ଯୁବକ ଯୁବତୀ ରକ୍ତଦାନ କରିଥିଲେ। ଏହି ଶିବିର ରେ ବିଜେଡି ପର୍ଯ୍ୟବେକ୍ଷକ ରାଜୁ ଘିବେଲା, ବିଜେଡି ତୁରେକେଲା ବ୍ଲକ ସଭାପତି ଅସତୁଳା ଖାଁ , ଦଇତାରୀ ଭୋଇ, ପିଙ୍କି ଖର୍ସେଲ , ଲୟନ୍ତି ଭୋଇ, ବିଷ୍ଣୁ ଯୁଏଡ, ଵିଟୁ ସଂଘା, ରାଜେନ୍ଦ୍ର ଦୀପ ଏବଂ ବ୍ଲଡ଼ ବ୍ୟାଙ୍କ୍ କର୍ମଚାରୀ କୁନାଲ ଦାସ , ବିଶ୍ୱଜିତ୍ ଦେବତା,ପ୍ରଶାନ୍ତ କୁମାର ସାହୁ ଓ ପ୍ରଦୀପ ମହାପାତ୍ର ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *