ମୁଖ୍ୟ ଖବର

କୋଲକାତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ ଅମିତ ଶାହା ଓ ଜେପି ନଡ୍ଡା

କୋଲକାତା: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି (ବିଜେପି)ର ସାଂଗଠନିକ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଆଜି ମଙ୍ଗଳବାର (ଡିସେମ୍ବର ୨୬) କୋଲକାତାରେ ପହଞ୍ଚିଛନ୍ତି। ଏଥିସହ ଉଭୟ ନେତା ଅମିତ ଶାହା ଏବଂ ଜେପି ନଡ୍ଡା ପଶ୍ଚିମବଙ୍ଗ ବିଜେପି କର୍ମୀଙ୍କ ସହ ଏକାଧିକ ସାଂଗଠନିକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।ବୀର ବାଲ ଦିବସ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କୋଲକାତାର ଗୁରୁଦ୍ୱାର ବଡ଼ ଶିଖ୍‌ ସଙ୍ଗତରେ ଯାଇ ପୂଜାର୍ଚ୍ଚନା କରିଛନ୍ତି। ଉଭୟ ବରିଷ୍ଠ ବିଜେପି ନେତା ମଧ୍ୟ କାଲିଘାଟ ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି, ଯେଉଁଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଅମିତ ଶାହା ପଶ୍ଚିମବଙ୍ଗର ୪୨ଟି ଲୋକସଭା ଆସନରୁ ୩୫ଟି ରେ ଜିତିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଏବଂ ନୂଆ ବର୍ଷ ପୂର୍ବରୁ ରଣନୀତି ଉପରେ ଆଲୋଚନା କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଅଗ୍ନିମିତ୍ର ପଲ୍‌ଙ୍କ କହିବାନୁଯାୟୀ, ଶୀର୍ଷ ଦୁଇ ନେତାଙ୍କ ମିଳିତ ଗସ୍ତ ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ଦୃଷ୍ଟିରେ ପଶ୍ଚିମବଙ୍ଗର ଗୁରୁତ୍ୱକୁ ଦର୍ଶାଉଛି।

Leave a Reply

Your email address will not be published. Required fields are marked *