ଅପରାଧ

ଇଡିକୋ ସିଜିଏମ ଗିରଫ

ଭୁବନେଶ୍ୱର : ଭିଜାଲାନ୍ସ ରେଡ୍‌ର ଦିନକ ପରେ ଗିରଫ ହୋଇଛନ୍ତି ଇଡକୋ ସିଜିଏମ୍ ସରୋଜକାନ୍ତ ମହାନ୍ତି। ଆଜି ତାଙ୍କୁ ଭିଜିଲାନ୍ସ ଗିରଫ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ଇଡକୋ ସିଜିଏମ ସରୋଜଙ୍କ ଶୈଳଶ୍ରୀବିହାର ଘର ସହ ମୋଟ ୭ଟି ଠିକଣାରେ ରେ ରେଡ୍ ହୋଇଥିଲା।

ଯାଜପୁର ଜିଲ୍ଲା ଧର୍ମାଶାଳାସ୍ଥିତ ବ୍ରହ୍ମବରଦା ଗାଁରେ ତାଙ୍କ ପୈତୃକ ଘର, ବାରଙ୍ଗ ଓ କଟକ ନୟାବଜାର ସ୍ଥିତ ଅନ୍ୟ ୨ଟି ଘର ଓ IDCOରେ ତାଙ୍କ ଅଫିସ ରୁମରେ ମଧ୍ୟ ଅଧିକାରୀମାନେ ଯାଞ୍ଚ କରିଥିଲେ। ଏହି ସମୟରେ ପୁଳାପୁଳା ଟଙ୍କା ଓ ସମ୍ପତ୍ତି ଚିଠା ମିଳିଥିଲା। ଏଥିପାଇଁ ତାଙ୍କୁ ଆଜି ବିଧିବଦ୍ଧ ଭାବେ ଗିରଫ କରାଯାଇଛି। ସେ ଆୟ ଠାରୁ ୧୫୩% ଅଧିକ ସମ୍ପତ୍ତି ଠୁଳ କରି ରଖିଥିଲେ।

Leave a Reply

Your email address will not be published. Required fields are marked *