ବାଣିଜ୍ୟ

ସ୍ଥାୟୀ ଜମା ଉପରେ ସୁଧହାର ବୃଦ୍ଧି କଲା ଏସବିଆଇ

ମୁମ୍ବାଇ,: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ୨ କୋଟିରୁ କମ୍ ସ୍ଥାୟୀ ଜମା ଉପରେ ଏଫଡି ସୁଧ ହାରକୁ ୫୦ ବେସିସ ପଏଣ୍ଟ ବୃଦ୍ଧି କରିଛି। ଏସବିଆଇ ୱେବସାଇଟ୍ ଅନୁଯାୟୀ, ଏଫଡି ସୁଧ ହାର ବୃଦ୍ଧି ୨୭ ଡିସେମ୍ବର ୨୦୨୩ ଠାରୁ କାର୍ଯ୍ୟକାରୀ ହେବ। ଅର୍ଥାତ୍ ଏଫଡି ଉପରେ ବର୍ଦ୍ଧିତ ହାର ବୁଧବାରଠାରୁ କାର୍ଯ୍ୟକାରୀ ହୋଇଛି। ସେହିଭଳି ୨ କୋଟିରୁ ଅଧିକ ଜମା ଉପରେ ଏଫଡି ହାର ବୃଦ୍ଧି କରିଛି ବ୍ୟାଙ୍କ। ବ୍ୟାଙ୍କ ଏକ ବର୍ଷରୁ ୨ ବର୍ଷରୁ କମ୍, ୨ ବର୍ଷରୁ ୩ ବର୍ଷରୁ କମ୍ ଏବଂ ପାଞ୍ଚ ବର୍ଷରୁ ୧୦ ବର୍ଷକୁ ଛାଡି ବାକି ସମସ୍ତ ସ୍ବଧୀର ସୁଧହାର ବୃଦ୍ଧି କରିଛି।

ଏହା ବ୍ୟତୀତ ୭ ଦିନରୁ ୪୫ ଦିନ ମଧ୍ୟରେ ପରିପକ୍ଵ ହେଉଥିବା ଜମା ଉପରେ ୫୦ ବେସିସ୍ ପଏଣ୍ଟ ସୁଧହାର ବୃଦ୍ଧି ପାଇ ୩.୫୦ ପ୍ରତିଶତ ହୋଇଛି। ସେହିପରି ୪୬ ଦିନରୁ ୧୭୯ ଦିନରେ ପରିପକ୍ଵ ହେଉଥିବା ଜମା ଉପରେ ୨୫ ବେସିସ୍ ପଏଣ୍ଟ ସୁଧହାର ବୃଦ୍ଧି ପାଇ ୪.୭୫ ପ୍ରତିଶତ ହୋଇଛି। ସେହିଭଳି ୧୮୦ ଦିନରୁ ୨୧୦ ଦିନ ପାଇଁ ୫୦ ବେସିସ୍ ପଏଣ୍ଟ ବୃଦ୍ଧି କରି ୫.୭୫ ପ୍ରତିଶତ କରିଛି, ୨୧୧ ଦିନରୁ ୧ ବର୍ଷ ପାଇଁ ୨୫ ବେସିସ ପଏଣ୍ଟ ବୃଦ୍ଧି ପାଇ ୬ ପ୍ରତିଶତ ହୋଇଛି। ସେହିପରି ୩ ବର୍ଷରୁ ୫ ବର୍ଷ ପାଇଁ ମଧ୍ୟ ୨୫ ବେସିସ୍ ପଏଣ୍ଟ ବୃଦ୍ଧି ପାଇ ୬.୭୫ ପ୍ରତିଶତ ହୋଇଛି

Leave a Reply

Your email address will not be published. Required fields are marked *