ରାଜ୍ୟ

ଏମ୍‌.ଫିଲ୍‌ ଡିଗ୍ରୀ ପାଠ୍ୟକ୍ରମ ବନ୍ଦ

ନୂଆଦିଲ୍ଲୀ, : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏମ୍‌.ଫିଲ୍‌ ଡିଗ୍ରୀ ପାଠ୍ୟକ୍ରମକୁ ବନ୍ଦ କରିଦେଇଛି। ଫଳରେ ବର୍ତ୍ତମାନଠାରୁ କୌଣସି କଲେଜରେ ଏମ୍‌.ଫିଲ୍‌ରେ ଆଡମିଶନ ହେବ ନାହିଁ। ଏହି ପରିପ୍ରେକ୍ଷୀରେ ୟୁଜିସି କଲେଜଗୁଡ଼ିକୁ ନୋଟିସ ଜାରି କରି ନିର୍ଦ୍ଦେଶ ଦେଇଛନ୍ତି। କଲେଜଗୁଡ଼ିକ ସହିତ ୟୁଜିସି ସଚିବ ମନୀଷ ଯୋଶୀ ମଧ୍ୟ ଛାତ୍ରୀଛାତ୍ରମାନଙ୍କୁ ଏହି ପାଠ୍ୟକ୍ରମରେ ଆଡମିଶନ ନକରିବାକୁ ଅନୁରୋଧ କରିଛନ୍ତି। ଏହାର ଅର୍ଥ ହେଉଛି ଯେ ବର୍ତ୍ତମାନଠାରୁ ଏମ୍‌.ଫିଲ୍‌ ପାଠ୍ୟକ୍ରମର ସ୍ବୀକୃତି ବନ୍ଦ ହୋଇଯାଇଛି।

Leave a Reply

Your email address will not be published. Required fields are marked *