ଦେଶ- ବିଦେଶ

ପୂର୍ବତନ ଭାରତୀୟ ନୌସୈନିକଙ୍କ ମୃତ୍ୟୁଦଣ୍ଡ ଉପରେ ରୋକ୍

ଦୋହା: କାତରରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୮ ଜଣ ପୂର୍ବତନ ଭାରତୀୟ ନୌସେନା  କର୍ମଚାରୀଙ୍କୁ ଗୁରୁବାର ବଡ଼ ଆଶ୍ୱସ୍ତି ମିଳିଛି। ଭାରତ ସରକାରଙ୍କ ଆବେଦନ କ୍ରମେ ସମସ୍ତ ୮ ଜଣଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଯାଇଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏହି ମାମଲାରେ କତରର ସର୍ବୋଚ୍ଚ ଅଦାଲତରେ ଅପିଲ କରାଯାଇଥିଲା । ଶୁଣାଣି ସମୟରେ କୋର୍ଟ ଦଣ୍ଡାଦେଶକୁ କୋହଳ କରିଥିଲେ।ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଏହି ମାମଲାରେ ଆଇନଗତ ଲଢେଇ ଜାରି ରହିଛି ଓ ଭାରତ ସରକାର ୮ ନୌସୈନିକଙ୍କ ପରିବାର ଲୋକଙ୍କ ସମ୍ପର୍କରେ ଅଛନ୍ତି । କତରର କୋର୍ଟ ଅଫ ଅପିଲରେ ଏହି ମାମଲାର ଶୁଣାଣି ବେଳେ କତରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଉପସ୍ଥିତ ଥିଲେ ।

ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ ଆମେ ଆରମ୍ଭରୁ ୮ ଜଣଙ୍କ ପରିବାର ସହିତ ଛିଡ଼ା ହୋଇଛୁ। ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଆମେ ଏ ବିଷୟରେ ଅଧିକ ସୂଚନାଦେବା ଠିକ୍ ହେବ ନାହିଁ। ଆମେ କ୍ରମାଗତ ଭାବେ କତର ସରକାରଙ୍କ ନିକଟରେ ମାମଲା ଉଠାଉଛୁ ଏବଂ ଏହାକୁ ଉଠାଇବା ଜାରି ରଖିବୁ।

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁବାଇରେ ଅନୁଷ୍ଠିତ ସିଓପି-୨୮ ଅବସରରେ କତାରର ଅମୀର ଶେଖ୍ ତମିମ୍ ବିନ୍ ହମାଦ ଅଲ୍-ଥାନିଙ୍କୁ ଭେଟିଥିଲେ। ଏହି ସମୟରେ ମୋଦୀ ୮ ପୂର୍ବତନ ନୌସୈନିକଙ୍କ ମୃତ୍ୟୁଦଣ୍ଡ ପ୍ରସଙ୍ଗ ଉଠାଇଥିବା ଚର୍ଚ୍ଚା ହୋଇଥିଲା ।

Leave a Reply

Your email address will not be published. Required fields are marked *