ରାଜନୀତି

କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ଷେପ କଲେ ୫ଟି ଅଧ୍ୟକ୍ଷ

ଭୁବନେଶ୍ବର: ପୁଣି ନାଁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଆତ୍ମସମୀକ୍ଷା କରନ୍ତୁ। ଗୋଟିଏ ବର୍ଷରେ ଅନୁଗୁଳ ଢ଼େଙ୍କାନାଳକୁ ୪୦ ଥର ଆସିଛନ୍ତି, କିନ୍ତୁ ସେ ଏହି ଅଞ୍ଚଳର ପାଇଁ କଣ କରିଛନ୍ତି? ଏତେ କ୍ଷମତାରେ ଥାଇ କଣ କରିଛନ୍ତି? ନିଜ ଅଞ୍ଚଳକୁ ଚାହିଁଥିଲେ ଉନ୍ନତି କରିପାରିଥାନ୍ତେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରହିଥିଲେ ସୁଦ୍ଧା ଅନୁଗୁଳ ଏବଂ ଢ଼େଙ୍କାନାଳରେ କେନ୍ଦ୍ରୀୟ ବିଦ୍ୟାଳୟ ଗୋଟିଏ ମଧ୍ୟ କାହିଁକି କରୁନାହାନ୍ତି। ଦୀର୍ଘଦିନ ଧରି ଜାତୀୟ ରାଜପଥ-୫୫ର କାମ ଚାଲୁ ରହିଛି। ରାସ୍ତା ମରଣଯନ୍ତା ପାଲଟିଥିବାବେଳେ ଅନେକ ଲୋକଙ୍କ ଜୀବନ ଯାଉଛି, ମାତ୍ର ଏଦିଗରେ କୌଣସି ଦୃଷ୍ଟିପାତ କରୁନଥିବା କହି ଟାର୍ଗେଟ କରିଛନ୍ତି ୫ଟି ଅଧ୍ୟକ୍ଷ।ସବୁଠାରୁ ବଡ଼ କଥା ହେଉଛି କି, ଦକ୍ଷତା ବିକାଶ ମନ୍ତ୍ରୀ ଥିଲେ ସୁଦ୍ଧା ନିଜ ଅଞ୍ଚଳରେ କାହିଁକି ଗୋଟିଏ ହେଲେ ଦକ୍ଷତା ବିକାଶ କେନ୍ଦ୍ର ଖୋଲି ନାହାନ୍ତି। ଗୋଟିଏ ଦଶନ୍ଧି ଧରି କେନ୍ଦ୍ରମନ୍ତ୍ରୀ ରହିଥିଲେ ସୁଦ୍ଧା ନିଜ ଅଞ୍ଚଳ ପାଇଁ କିଛି କରିନାହାନ୍ତି। ଚାହିଁଥିଲେ ନିଜ ଅଞ୍ଚଳକୁ ସୁନାର ଅଞ୍ଚଳ କରିଥାନ୍ତେ। ଏହାସହ ପାଣ୍ଡିଆନ କହିଛନ୍ତି କି, ଆପଣ ଚାହିଁଥିଲେ ଏ ଅଞ୍ଚଳରେ ଶିକ୍ଷାନୀତି ବଢ଼ିଥାନ୍ତା, ଏଠାକାର ଲୋକେ ରୋଜଗାର ପାଇଥାନ୍ତେ। ଆପଣ ଚାହିଁଥିଲେ ପୁରା ଅଞ୍ଚଳର ରୂପାନ୍ତର କରିପାରିଥାନ୍ତେ।

Leave a Reply

Your email address will not be published. Required fields are marked *