ମୁଖ୍ୟ ଖବର

ପୂର୍ତ୍ତ ବିଭାଗର କଟକ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଦୀପ ରଥ ଲୁଟେରା ନମ୍ବର -୧

ଭୁବନେଶ୍ୱର : ପୂର୍ତ୍ତ ବିଭାଗରେ କିଛି ହାତ ଗଣତି ଯନ୍ତ୍ରୀଙ୍କ ଲୁଟେରା ପ୍ରକୃତି ଯୋଗୁ ନିର୍ମାଣ କାର୍ଯ୍ୟରେ ଅନିୟମିତତା ସହିତ ଦୁର୍ନତି ହୋଇଥାଏ l ସ୍ଵଛ, ନିର୍ମଳ ଶାସନ ଦେଇ ଆସୁଥିବା ନବୀନ ସରକାରକୁ ବଦନାମ କରି କୋଟି କୋଟି ଟଙ୍କା ସରକାରୀ ତହବିଲରୁ ଲୁଟୁଥିବା ଯନ୍ତ୍ରୀଙ୍କ ଭିତରେ କଟକ ସର୍କଲର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଦୀପ କୁମାର ରଥ ପ୍ରଥମ ସ୍ଥାନରେ ରହିଛନ୍ତି l ବୁଡ଼ାମୁହାଁ ଦୁର୍ନୀତିଗ୍ରସ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଅଧୀନରେ ଥିବା କେନ୍ଦ୍ରାପଡ଼ା ରେ ବ୍ୟାପକ ଦୁର୍ନୀତି ହେଉଥିବାର ଅଭିଯୋଗ ହେଉଛି l ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଦୀପ ରଥଙ୍କ ଅଭୟ ବର ପାଇଁ ନିର୍ବାହୀ ଯନ୍ତ୍ରୀ ରତିକାନ୍ତ ବେହେରା ଲକ୍ଷ ଲକ୍ଷ ଟଙ୍କାର ମିଥ୍ୟା ବିଲ କରୁଥିବାର ଚର୍ଚ୍ଚା ହେଊଛି l ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଦୀପ ରଥ ପୂର୍ବରୁ ସରକାର ଅର୍ଥ ଚୋରୀ କରିବାର ତରିକା ଜାଣିଥିବାରୁ ଏସଡିଓ ମାନଙ୍କ ଦ୍ୱାରା ମୋଟା ଅଙ୍କର ପିସି ଆଦାୟ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି l ପୂର୍ତ୍ତ ବିଭାଗ ର କଟକ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଦୀପ ରଥ କେନ୍ଦୁଝର ସର୍କଲର ଘଟଗାଁ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଥିବା ସମୟରେ କୋଟି କୋଟି ଟଙ୍କା ର ମିଥ୍ୟା ବିଲି କରି ବହୁତ କଳା ଟଙ୍କା ଉପାର୍ଜନ କରିଥିଲେ l ଠିକାଦାର ମାନଙ୍କ ଉପରେ ଚାପ ପ୍ରୟୋଗ କରି ନିମ୍ନମାନର ରାସ୍ତା ନିର୍ମାଣ କରାଇ ମୋଟା ପରିମାଣରେ ପିସି ନେଇଥାନ୍ତି l ପୂର୍ବତନ ମୁଖ୍ୟ ଯନ୍ତ୍ରୀ ଓମ ପଟେଲ ପ୍ରତିକ୍ରିୟା ରେ କହିଛନ୍ତି ଯେ ପ୍ରଦୀପ ରଥ ସରକାରୀ ଅର୍ଥ ଲୁଟିବାରେ ମାଷ୍ଟର, ସେ ପାଣିକୋଇଲି ରେ ଏସଡିଓ ଥିବା ସମୟରେ ବହୁତ ମିଥ୍ୟା ବିଲି କରି ଟଙ୍କା ହଡପ କରିଥିବାର ଅଭିଯୋଗ ମୋ ନିକଟରେ ପହଂଚି ଥିଲା l ମୁଁ ରଥ କୁ ଅଫିସକୁ ଡକାଇ ଗାଳିଦେଇଥିଲି ଓ ଏପରି ଦୁର୍ନୀତି ନ କରିବାକୁ ବୁଝାଇ ଥିଲି l ଏବେ ପ୍ରଦୀପ ରଥ ପ୍ରମୋସନ ପାଇଁ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ହେଲାପରେ ଯଦି ନିର୍ବାହୀ ଯନ୍ତ୍ରୀ ମାନଙ୍କ ଠାରୁ ମୋଟା ଅଙ୍କର ପିସି ନେଉଛନ୍ତି ତେବେ ବିଭାଗର ସଚିବ ତୁରନ୍ତ ଯନ୍ତ୍ରୀ ରଥକୁ ବହିଷ୍କାର କରନ୍ତୁ l ଅନ୍ୟ ପକ୍ଷରେ କେନ୍ଦୁଝର ନିର୍ବାହୀ ଯନ୍ତ୍ରୀ ହେଲା ପାରେ ଯନ୍ତ୍ରୀ ରଥ କୋଡିଏ ପ୍ରତିଶତ ପିସି ନେଇ ନିଜ ସମ୍ପର୍କୀୟ ନାମରେ ପ୍ଲଟ ଓ ଚାଷ ଜମି ଭଦ୍ରକ ରେ କିଣିଥିବା ର ଜଣାପଡିଛି l କେନ୍ଦ୍ରାପଡ଼ା ଡିଭିଜନ ଏକ ରେ ନିର୍ବାହୀ ଯନ୍ତ୍ରୀ ଥିବା ରତିକାନ୍ତ ବେହେରା ଲକ୍ଷଧିକ ଟଙ୍କା ପିସି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଦୀପ ରଥଙ୍କୁ ଦେଇଥାନ୍ତି ବୋଲି ଜଣାପଡିଛି l ସାଧାରଣ ଜନତାଙ୍କ କୋଟିକୋଟି ଅର୍ଥ ଲୁଟି ନିଜର କଳାଧନ ବଢ଼ାଇ ଥିବା ଯନ୍ତ୍ରୀ ପ୍ରଦୀପ ରଥଙ୍କ ଉପରେ ଭିଜିଲାନ୍ସ ତଦନ୍ତ ହେବା ଦରକାର ବୋଲି ବହୁ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି l ଯନ୍ତ୍ରୀ ପ୍ରଦୀପ ରଥଙ୍କ ଭୁବନେଶ୍ୱର ପଳାଶୁଣୀ ନିକଟରେ ଥିବା ସତ୍ୟ ବିହାର ରେ ଦଶକୋଟି ଟଙ୍କାର ଆଲିସନ ବଙ୍ଗଳା କୁ ଦେଖିଲେ ଆଖି ଖୋସି ହୋଇଯିବ l ରାଜସ୍ୱ ଲୁଣ୍ଠନ କାରି ଯନ୍ତ୍ରୀ ପ୍ରଦୀପ ରଥ ପିସି ଖିଆ ପ୍ରକୃତି ଯୋଗୁ ଓ ବି ସି ସି ରେ ମନ ଲାଗିନଥିଲା l ପ୍ରାଣ ପଣେ ଚେଷ୍ଟା କରି ପିସି ଖାଇବା ପାଇଁ କଟକ ରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ହୋଇ ପିସି ଖାଇବାରେ ଲାଗିପଡିଛନ୍ତି ଯନ୍ତ୍ରୀ ରଥ l ତାଙ୍କ ଅଧୀନରେ ଥିବା ଅଧିକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ମାନଙ୍କ ଠାରୁ ପ୍ରତି କାର୍ଯ୍ୟରେ ପିସି ନେଉଛନ୍ତି l ଏହି କୁବେର ପତି ଯନ୍ତ୍ରୀ ପ୍ରଦୀପ ରଥଙ୍କ ବେନାମୀ ସମ୍ପତି ଓ କଳା କାରନାମା ବିଷୟରେ ଆଗାମୀ ସଂଖ୍ୟାରେ ପ୍ରକାଶିତ ହେବ l

Leave a Reply

Your email address will not be published. Required fields are marked *