ବିଶେଷ

ତୁମକୁ ଛାଡ଼ି ଦେବି, ମୋବାଇଲ ଛାଡ଼ିବି ନାହିଁ

ବର୍ତ୍ତମାନ ସମାଜରେ ମୋବାଇଲର ବ୍ୟବହାର ଏତେ ବଢ଼ିଯାଇଛି ଯେ, ଗୋଟିଏ କ୍ଲିକ୍‌ରେ ଦୁନିଆର ପ୍ରତ୍ୟେକ କୋଣ ଅନୁକୋଣ ବିଷୟରେ ସୂଚନା ମିଳିଯାଉଛି। କିନ୍ତୁ ବେଳେବେଳେ ଏହାର ଅତ୍ୟଧିକ ବ୍ୟବହାର ଅସୁବିଧା ସୃଷ୍ଟି କରିଥାଏ। ଅନେକ ଲୋକ ମୋବାଇଲକୁ ଏତେ ଗୁରୁତ୍ୱ ଦିଅନ୍ତି ଯେ, ସେମାନେ ନିଜ ପ୍ରିୟଜନଙ୍କୁ ବି ଭୁଲିଯାଆନ୍ତି। ଯାହାକି ସେମାନଙ୍କ ସମ୍ପର୍କକୁ ପ୍ରଭାବିତ କରିଥାଏ। ଏବେ ସେମିତି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ସ୍ମାର୍ଟଫୋନ୍‌ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ମଧ୍ୟରେ ବିବାଦ ସୃଷ୍ଟି କରିଛି। ଗାଜିଆବାଦର ଲୋନି ଅଞ୍ଚଳରେ ଏପରି ମାମଲା ସାମ୍ନାକୁ ଆସିଛି। ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ କହିଥିଲେ, ତୁମକୁ ଛାଡ଼ି ଦେବି ପଛେ ମୋବାଇଲ ଛାଡ଼ିବି ନାହିଁ।

ସ୍ବାମୀଙ୍କ ଅଭିଯୋଗ ଅନୁଯାୟୀ, ସ୍ତ୍ରୀ ଦିନସାରା ଫୋନ୍‌ରେ ବ୍ୟସ୍ତ ରୁହନ୍ତି। ଘରର ପ୍ରତ୍ୟେକ ଛୋଟ ଏବଂ ବଡ଼ କଥା ବିଷୟରେ ନିଜ ଭଉଣୀ ଏବଂ ଭାଉଜଙ୍କୁ ଡାକନ୍ତି। ଭଉଣୀ ସହିତ ଭଲ ଏବଂ ଖରାପ କଥା ଆଲୋଚନା କରନ୍ତି। ଏପରିକି ତାଙ୍କ ଶାଳୀ ମଧ୍ୟ ତାଙ୍କ ଉପରେ ଅନେକ ମିଥ୍ୟା ଅଭିଯୋଗ ଆଣନ୍ତି। ଯାହା ଜାଣି ବି ସ୍ତ୍ରୀ ବିରୋଧ କରନ୍ତି ନାହିଁ। ସ୍ବାମୀ ସ୍ତ୍ରୀଙ୍କୁ ସ୍ମାର୍ଟଫୋନ ବଦଳରେ କି-ପ୍ୟାଡ ଫୋନ ଦେବାକୁ କହିଥିଲେ, ସେତେବେଳେ ସେ ସ୍ତ୍ରୀଙ୍କ ଆକ୍ରମଣର ଶିକାର ହୋଇଥିଲେ। ସ୍ତ୍ରୀ ରାଗିଯାଇ ତାଙ୍କ ବାପଘର ଘରକୁ ଚାଲିଗଲେ।

ଅନ୍ୟପକ୍ଷରେ ସ୍ତ୍ରୀ କହିଛନ୍ତି, ଯାହା ହେଉନା କାହିଁକି ସେ ସ୍ମାର୍ଟ ଫୋନ ଛାଡ଼ିବେ ନାହିଁ। ସେ ତାଙ୍କ ସ୍ବାମୀ ଅପେକ୍ଷା ସ୍ମାର୍ଟଫୋନରେ ଅଧିକ ସମୟ ଦିଅନ୍ତି। ଯେତେବେଳେ ଏହି ମାମଲା ପାରିବାରିକ ପରାମର୍ଶ କେନ୍ଦ୍ରରେ ପହଞ୍ଚିଲା, ସେଠାରେ ଥିବା ଦାୟିତ୍ୱରେ ଥିବା ମହିଳା ଜଣକ କହିଥିଲେ, ମହିଳାଙ୍କୁ ମନାଇବା ପାଇଁ ବହୁ ଚେଷ୍ଟା କରାଯାଇଛି। କିନ୍ତୁ ସେ କିଛି ଶୁଣିବାକୁ ଏବଂ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ସ୍ମାର୍ଟଫୋନକୁ ନେଇ ସେ ଏତେ ଜିଦ୍‌ ଧରିଛନ୍ତି ଯେ, ଏହା ସାମ୍ନାରେ ସବୁକିଛି ବଳିଦାନ ଦେବାକୁ ପ୍ରସ୍ତୁତ ଅଟନ୍ତି। ତାଙ୍କ ନିଜ ଭାଇମାନେ ମଧ୍ୟ ମହିଳାଙ୍କୁ ବହୁତ ବୁଝାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ସେ ରାଜି ହୋଇ ନ ଥିଲେ। ବର୍ତ୍ତମାନ, ପରାମର୍ଶଦାତା ତାଙ୍କୁ ବୁଝାଶୁଝା କରିବା ପରେ ଦମ୍ପତିଙ୍କୁ ଘରକୁ ପଠାଇ ପରବର୍ତ୍ତୀ ତାରିଖ ଦେଇଛନ୍ତି। ପରାମର୍ଶଦାତାଙ୍କ କହିବାନୁସାରେ, ଅଭିଯୋଗକାରୀ ସ୍ବାମୀ ଏକ ଭିଡିଓ ମଧ୍ୟ ଦେଖାଇଥିଲେ ଯେଉଁଥିରେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ ପିଟୁଛନ୍ତି।

Leave a Reply

Your email address will not be published. Required fields are marked *