ମହାନଗର

ହାଇଟେକ୍‌ ହସ୍ପିଟାଲରେ ବିସ୍ଫୋରଣ, ଏକାଧିକ ଆହତ

ଭୁବନେଶ୍ୱର,: ପାଣ୍ଡରା ସ୍ଥିତ ହାଇଟେକ୍‌ ହସ୍ପିଟାଲରେ ବିସ୍ଫୋରଣ ହୋଇଛି। ହସ୍ପିଟାଲ ପରିସରରେ ଏମରଜେନ୍ସି ୱାର୍ଡ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ବିସ୍ଫୋରଣରେ ୩ରୁ ୪ ଜଣ ଆହତ ହୋଇଥିବା କୁହାଯାଉଛି। ଆହତମାନେ ବର୍ତ୍ତମାନ ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାପଡିଛି।

ତେବେ ସୂଚନା ମୁତାବକ ମେଡିକାଲ ପରିସରରେ ନିର୍ମାଣ କାର୍ଯ୍ୟ ଚାଲୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ବେପାରୀ ମନୋବୃତି ନେଇ ହସ୍ପିଟାଲ ଖୋଲିଥିବା ମାଲିକ ମାନଙ୍କ ପାଇଁ ଦୃଷ୍ଟାନ୍ତ ମୂଳକ କାର୍ଯାନୁଷ୍ଠାନ ରାଜ୍ୟ ସରକାର ନେଲେ ଅନେକ ଦୃଘଟଣା ଏଡାଇ ଦିଆଯାଇପାରିବ l ଛୋଟ ବଡ଼ ଘଟଣାକୁ ହାଲକା ଭାବରେ ନେଇ ରୋଗୀ ର ଜୀବନ ସହିତ ଖେଳିବା ଉଚିତ ନୁହେଁ ବୋଲି ରାଜଧାନୀ ର ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି l ତେବେ କୌଣସି ଅକ୍ସିଜେନ ସିଲିଣ୍ଡରରେ ବିସ୍ଫୋରଣ ହୋଇନଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *