ଅପରାଧ

କୌସ୍ତୁଭ ହସ୍ପିଟାଲରେ ଚିକିତ୍ସା ଅବହେଳା ଯୋଗୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ

ଚିଲିକା,: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଗର୍ଭବତୀ ମହିଳାଙ୍କ ଅସ୍ୱାଭାବିକ ଭାବରେ ମୃତ୍ୟୁ ହୋଇଛି | ଆଜି ବାଲୁଗାଁ ନିକଟସ୍ଥ ତେନ୍ତୁଳି ଦିହ ଗାଁ ର ପାର୍ବତୀ ରାଉତ ବାଣପୁର ସରକାରୀ ଡାକ୍ତର ଖାନାକୁ ଦିନ ଦଶଟା କୁ ଡେଲିଭେରୀ ପାଇଁ ଯାଇଥିଲେ |ଦୀର୍ଘ ତିନି ଘଣ୍ଟା ରଖିଲା ପରେ,ଡାକ୍ତର ଖାନା ର ମେଡିକାଲ ଅଫିସର ରମାକାନ୍ତ ନାୟକ ବାଲୁଗାଁ ସ୍ଥିତ କୌସ୍ତୁଭ ହସ୍ପିଟାଲ କୁ ଯିବା ପାଇଁ କହିଥିଲେ ଏବଂ ସେ ସେଠାରେ ଅପରେସନ କରି ଛୁଆକୁ ଜନ୍ମ କରାଇବେ ବୋଲି କହିଥିଲେ ଏବଂ ପରିବାର ଲୋକେ ଆଜି ତାଙ୍କୁ ସେହି ଘରୋଇ ହସ୍ପିଟାଲ ରେ ଭର୍ତ୍ତି କରିବାପରେ ଦୀର୍ଘ ସମୟ ପର୍ଯନ୍ତ ଡାକ୍ତର ଆସିନଥିଲେ l ପରିବାର ଲୋକେ ଡାକ୍ତର ଙ୍କୁ ଯୋଗାଯୋଗ କରିବାରୁ ଡାକ୍ତର ଯାଉଛି ଯାଉଛି କହି ବହୁତ ବିଳମ୍ବ କରିଥିଲେ,ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି | ପ୍ରବଳ ଗର୍ଭ ବେଦନା ହେବାପରେ ନର୍ସ ଓ ମେଡିକାଲ କର୍ମଚାରୀ ତାଙ୍କୁ କି ଇଞ୍ଜେକ୍ସନ ଦେଲେ କେଜାଣି ପାର୍ବତୀ ଙ୍କର ମୃତ୍ୟୁ ହୋଇଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି l ନର୍ସ ଓ ମେଡିକାଲ କର୍ମଚାରୀଙ୍କୁ କାଉ ଇଞ୍ଜେକ୍ସନ ଦେଇଛ ଖୋଳା ଦେଖାଅ ବୋଲି ପରିବାର ଲୋକେ କହି ବାରୁ ସେ ମାନେ କିଛି କହୁନାହାନ୍ତି l ପରିବାର ଲୋକେ କହିବା ମୁତାବକ ପାର୍ବତୀ ଙ୍କର ଅପରାହ୍ନ ପାଞ୍ଚ ଘଂଟିକା ସମୟରେ ହୋଇଥିଲା l ଡ଼କ୍ଟର ବହୁ ସମୟ ବିଳମ୍ବରେ ଆସି ଚିକିତ୍ସ କଲା ବେଳକୁ ପାର୍ବତୀ ରାଉତ ଙ୍କର ମୃତ୍ୟୁ ହୋଇସାରିଥିଲା l ଏହା ଜାଣି ଡାକ୍ତର ସେ ହସ୍ପିଟାଲ ଛାଡି ଲୁଚିକି ପଳାୟନ କରିଥିଲେ ଏବଂ ନର୍ସ ଠିକ ଏକ ଘଣ୍ଟ ପରେ ମୃତ୍ୟୁ ପାର୍ବତୀକୁ ଆକ୍ସିଜେନ ଲଗାଇ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନା ନ୍ତରିତ କରି କରିବାକୁ ପରିବାର ଲୋକଙ୍କୁ ଜଣାଇ ଥିଲେ l ପରିବାର ଲୋକେ ଦେଖିଲା ବେଳକୁ ପାର୍ବତୀ ଆଉ ସଂସାରରେ ନାହାଁନ୍ତି l ପରେ ପ୍ରସୂତୀ ର ମୃତ୍ୟୁ ହୋଥିବା ଖବର ପରିବାର ଲୋକ ଜାଣିବାକୁ ପାଇଲେ |ସହ ସହ ଗ୍ରାମବାସୀ, ଆତ୍ମୀୟ ପରିଜନ ଓ ସାଧାରଣ ଜନତା ଏବେ ଟାୟାର ଜାଳି, କୌସ୍ତୁଭ ମେଡିକାଲ ସମୁଖରେ ପାଞ୍ଚ ନମ୍ବର ଜାତୀୟ ରାଜପଥରେ ରାସ୍ତା ଅବରୋଧ କରି ଏବେ ଧାରଣାରେ ବସିଛନ୍ତି l ଡାକ୍ତର ଖାନା ପରି ସରରେ ଉତ୍ତେଜନା ଲାଗି ରହିଛି | ବାଲୁଗାଁ ପୋଲିସ ଅଧିକାରୀ ଘଟଣା ସ୍ଥଳ ରେ ପହଂଚିଛି ଲଲୋକଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ଜନ ସାଧାରଣ ଏବେ ନ୍ୟାୟ ପାଇବା ପାଇଁ ଶବକୁ ଧରି ଏଡି ବସିଛନ୍ତି l ପ୍ରାୟ ରାତ୍ର ଦଶଟା ପଯନ୍ତ ହସ୍ପିଟାଲର ମାଲିକ କିମ୍ବା କର୍ମଚାରୀଙ୍କର ଦେଖା ଦର୍ଶନ ନଥିଲା କିନ୍ତୁ ଉତେଜନା ତୀବ୍ର ହେବାରୁ ହସ୍ପିଟାଲ ମାଲିକ ଆସି ନିଜର ଭୁଲ ସିଉକାର କରିଥିଲେ ଏବଂ ପରିବାର ଲୋକେ ଓ ଭଦ୍ର ଲୋକଙ୍କ ଆପସ ବୁଝାମଣାରେ ଦଶ ଲକ୍ଷ୍ୟ ଟଙ୍କା କ୍ଷେତ୍ତୀ ପୂରଣ ଦେବାପାଇଁ ହସ୍ପିଟାଲ ମାଲିକ ରାଜି ହୋଇଥିଲା ଏବଂ ଚୁକ୍ତି ପାତ୍ର ମଧ୍ୟ ଲେଖା ହେବାପରେ ଯାଇ ଜନସାଧାରଣ ରାସ୍ତା ରୋକାରୁ ହଟିଥିଲେ ଏବଂ ଶବ ବ୍ୟବଚ୍ଛେଦ ପାଇଁ ରାଜି ହୋଇଥିଲେ l ସାଧାରଣ ଜନତାଙ୍କର କହିବାର କଥା ଆଜିକାଲି ସେବା ଦେବା ନାମରେ ମେଡିକାଲ ଖୋଲି ଲୋକଙ୍କୁ ଲୁଟିବା ସହିତ ତାଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି l ଏହା ଏକ ଭଲ ବ୍ୟବସାୟ ପାଲଟିଛି, ହସ୍ପିଟାଲରେ ଡାକ୍ତର ନଥାଇକି ମଧ୍ୟ ଲୋକଙ୍କ ଠାରୁ ଫିସ ତିନିଶହ ଟଙ୍କା ଲୁଟୁଛନ୍ତି ଲଜିକାଲି ସରକାରୀ ଡାକ୍ତର ମାନେ ଗର୍ଭବତୀ ମହିଳା ମାନଙ୍କୁ ପ୍ରାଇଭେଟ ହସ୍ପିଟାଲ କୁ ପଠାଇ ଭଲ ମୁନାଫା କମାଉଛନ୍ତି l ତାଙ୍କ ତାଙ୍କ ଭିତରେ ଭଲ ମଧୁଚନ୍ଦ୍ରିକା ଚାଲିଛି ବୋଲି ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି l ଲୋକଙ୍କ କହିବାର କଥା ଆଉ ଏଭଳି ଘଟଣା କାହା ଜୀବନରେ ନ ଘଟୁ l

Leave a Reply

Your email address will not be published. Required fields are marked *