ମୁଖ୍ୟ ଖବର

ବିଚାରଧୀନ କଏଦୀଙ୍କ ମୃତ୍ୟୁ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗରରେ ବିଚାରଧୀନ କଏଦୀଙ୍କ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ତିରିଂ ଥାନା ଅର୍ନ୍ତଗତ ଜଟା ଗ୍ରାମର ସର୍ଗତଃ ପରମ ବିନ୍ଧାଣୀଙ୍କ ପୁଅ ଗୋବିନ୍ଦ ବିନ୍ଧାଣୀ(୪୮) ଗତ ଜାନୁଆରି ୩ ତାରିଖରେ ପ୍ରାଚୀନ ହନୁମାନ ମୁଦ୍ରାର ବେଆଇନ୍ କାରବାର ନେଇ ଗିରଫ ହୋଇଥିଲେ। ସେ ରାଇରଙ୍ଗପୁର ଉପକାରାକାରର ବିଚାରଧୀନ କଏଦୀ ଭାବେ ସଜା କାଟୁଥିଲେ।ତେବେ ସେ ହଠାତ୍ ଅସୁସ୍ଥ ହେବା ପରେ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହୃଦ୍‌ଘାତ ପାଇଁ ଚିକିତ୍ସା ଚାଲିଥିଲା ବେଳେ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ରାଇରଙ୍ଗପୁର ଟାଉନଥାନାରେ ଖବର ଦେବା ପରେ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା। ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି ନା ଅନ୍ୟ କୌଣସି କାରଣ ରହିଛି, ଏବାବଦରେ ଅଧିକ ଜଣାପଡ଼ିନାହିଁ। ଏସମ୍ବନ୍ଧରେ ଉପକାରାଗରର ସୁପରିଟେଣ୍ଡେଣ୍ଟ ବୁଲୁ ମାଟିଆ ଜଟା ଗ୍ରାମକୁ ଯାଇ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *