ରାଜ୍ୟ

ଆର୍ଟ ଅଫ ଲିଭିଂ ବାଲୁଗାଁ ସେଣ୍ଟର ତରଫରୁ ଆଡ଼ଭାନ୍ସ ମେଡ଼ିଟେସନ କୋର୍ସ

ଚିଲିକା : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ LIC ଅଫିସ ଉପରେ ଆମର ପୂଜ୍ୟ ଗୁରୁ ଦେବ ଶ୍ରୀ ଶ୍ରୀ ରାବିଶଙ୍କର ଙ୍କର ଆର୍ଟ ଅଫ ଲିଭିଂ ବାଲୁଗାଁ ସେଣ୍ଟର ତରଫରୁ ଆଡ଼ଭାନ୍ସ ମେଡ଼ିଟେସନ କୋର୍ସ ଚାରି ଦିନ ବ୍ୟାପି ଚାଲିଥିଲା l ଏଥିରେ କୋଡିଏ ଜଣ ବ୍ୟକ୍ତି ମୌନ ରହି ସକାଳ ଛଅ ଘଂଟିକା ଠାରୁ ରାତ୍ର ନଅ ଘଂଟିକା ପର୍ଯ୍ୟନ୍ତ ଯୋଗ, ପ୍ରଣାୟମ, ସେବା, ସାଧନା ଓ ସତସଙ୍ଗ ଶିକ୍ଷା ଲାଭ କରିଥିଲେ l ଏହି ଶିକ୍ଷା ଦେବାପାଇଁ ଭୁବନେଶ୍ୱର ସେଣ୍ଟର ତରଫରୁ ପ୍ରମିଳା ଦିଦି ଓ ଆଦ୍ୟାଶା ଦିଦି ଆସିଥିଲେ ଏବଂ ତାଙ୍କୁ ଆମ ଆର୍ଟ ଅଫ ଲିଭିଂ ବାଲୁଗାଁ ଯୋଗ ଟିଚର ଗୌରାଙ୍ଗ ଭାଇ ସହ ଯୋଗ କରିଥିଲେ l ଏଠାରେ ଜୀବନ ଜିଇଁ ବାର କଳା ଶିକ୍ଷା ଦିଆଯାଏ ଏବଂ ସାରା ବିଶ୍ୱ ବାସୀ କିଭଳି ସୁଖ , ଶାନ୍ତି ଓ ନିରୋଗ ଜୀବନ ଜାପନ କରିବେ ସେ ବିଷୟରେ ଗୁରୁଜି ସୁଦର୍ଶନ କ୍ରିୟା ମାଧ୍ୟ୍ୟମରେ ଶିକ୍ଷା ଦେଇଥାନ୍ତି l ଏହି କାଯ୍ୟକର୍ମରେ ପ୍ରକାଶ ପଣ୍ଡା, ବିବେକ ସେନାପତି, ଅନନ୍ତ ବାରିକ, ବିରଞ୍ଚି ନାରାୟଣ ପ୍ରଧାନ, ଦେବେନ୍ଦ୍ର ନାଥ ବିଶ୍ୱାଳ ଏବଂ ଅନ୍ୟ ସମସ୍ତ ଡେଭୋଟି ମାନେ ସହଯୋଗ କରିଥିଲେ l ସର୍ବ ଶେଷରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇ ଥିଲା

Leave a Reply

Your email address will not be published. Required fields are marked *