ରାଜ୍ୟ

ଚିଲିକାରେ ପକ୍ଷୀ ଗଣନା ୩ ରେ

ଚିଲିକା,: ଚଳିତ ବର୍ଷ ଚିଲିକା ରେ ପକ୍ଷୀ ଗଣନା ଆରମ୍ଭ ପାଇଁ ବାଲୁଗାଁ ରେ ଚିଲିକା DFO ଅମ୍ଲାନ ନାୟକ ଙ୍କ ସାମ୍ବାଦିକ ସମିଳନୀ ରେ କୁହାଯାଇଛି ! ଆସନ୍ତା ଜାନୁଆରୀ ତିନି ଓ ଚାରି ତାରିଖରେ ଚିଲିକା ରେ ସକାଳ ଛଅ ଘଂଟିକା ଠାରୁ ଆରମ୍ଭ କରି ଦିବା ବାର ଘଣ୍ଟିକା ପର୍ଯ୍ୟନ୍ତ ପକ୍ଷୀ ଗଣନା ଚାଲୁ ରହିବ ! ଏହି ସମୟରେ ରେ ଚିଲିକା ଭିତର କୁ ପରିଦର୍ଶନ ପାଇଁ ବାରଣ କରାଯାଇଛି ! ଏହି ଦୁଇ ଦିନ ଚିଲିକା ମଧ୍ୟକୁ କୌଣସି ନୌକା ପରିଚାଳନା କରିବାକୁ ସମ୍ପୂର୍ଣ ବାରଣ କରାଯାଇ ଅଛି l ପାଞ୍ଚ ଟି ରେଞ୍ଜ ରେ ମୋଟ ଏକୋଇଶି ଟି ଟିମ ଏହି କାର୍ଯ୍ୟକ୍ରମ ରେ ନିୟୋଜିତ ହେବେ ! ଏହି ବର୍ଷ ଆଜି ପର୍ଯ୍ୟନ୍ତ 118 ପ୍ରଜାତିର ନଅ ଲକ୍ଷ ରୁ ଉର୍ଦ୍ଧ ବିଦେଶାଗତ ପକ୍ଷୀ ଙ୍କ ଆଗମନ ଚିଲିକା ହୋଇସାରିଛି ବୋଲି ପ୍ରାଥମିକ ଅକାଳନରୁ ଜଣା ପଡିଛି ବୋଲି ଚିଲିକା ବନଖଣ୍ଡ ଅଧିକାରୀ ସାମ୍ବାଦିକ ସମିଳନୀ ଜରିଆରେ କହିଛନ୍ତି ! ଏହା ସହିତ ଆସନ୍ତା 19 ଓ 20 ରିଖରେ ଡ଼ଲଫିନ ଗଣନା କରାଯିବାର କାର୍ଯ୍ୟକ୍ରମ ରହିଅଛି l

Leave a Reply

Your email address will not be published. Required fields are marked *