ମୁଖ୍ୟ ଖବର

ଖୋଲୁଛି ଯନ୍ତ୍ରୀ ଅଶୋକ ମିଶ୍ରଙ୍କ କେଳେଙ୍କାରୀ ଫର୍ଦ, ବହିଷ୍କାର ପାଇଁ ଦାବି

ତାଳଚେର : ଗ୍ରାମ୍ୟ ନିର୍ମାଣ ବିଭାଗ ର ଅନୁଗୋଳ ଡିଭିଜନରେ ନିର୍ବାହୀ ଯନ୍ତ୍ରୀ ଅଶୋକ ମିଶ୍ରଙ୍କ ଦୁର୍ନୀତି ବିଷୟରେ ଖବର ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହିତ ଏଭଳି ଯନ୍ତ୍ରୀକୁ ସରକାର କାହିଁକି ବହିଷ୍କାର କରିନାହାନ୍ତି ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଡକାୟତ ଯନ୍ତ୍ରୀ ଅଶୋକ ମିଶ୍ର ଅନୁଗୋଳ ରେ କୋଟି କୋଟି ଟଙ୍କାର ମିଥ୍ୟା ବିଲି କରୁଥିବାର ଅଭିଯୋଗ ହେଉଛି l ଭିଜିଲାନ୍ସ ଦ୍ୱାରା ଧାରା ପଡି ଖସି ଯାଇଥିବା ଭ୍ରଷ୍ଟାଚାରୀ, ସରକାରୀ ରାଜକୋଷ ଲୁଟେରା ଅଶୋକ ମିଶ୍ରଙ୍କୁ ବହିଷ୍କାର ନକରି କଣ ପାଇଁ ସରକାର ତାଙ୍କୁ ପ୍ରମୋସନ ଦେଲେ ତାହା ଆଶ୍ଚର୍ଯ୍ୟ ର ବିଷୟ ବୋଲି କେନ୍ଦୁଝର ର ପୂର୍ବତନ ନିର୍ବାହୀ ଯନ୍ତ୍ରୀ ସୁତାର ବାବୁ କହିଛନ୍ତି l ପୂର୍ତ୍ତ ବିଭାଗ କେନ୍ଦୁଝର ଡିଭିଜନ ର ବଡ଼ବିଲ ଏସଡିଓ ଥିବା ସମୟରେ କୋଟିକୋଟି ଟଙ୍କା ମିଥ୍ୟା ବିଲି କରି ସରକାରୀ ଅର୍ଥ ଲୁଟିଥିବା ଅଶୋକ ମିଶ୍ର ଉପରେ ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l ବଡ଼ବିଲି ସବଡ଼ିଭିଜନ ରେ ଅଶୋକ ମିଶ୍ର ଠିକାଦାର ମନୋଜ ସ୍ୱାଇଁଙ୍କ ମାଧ୍ୟ୍ୟମରେ କିରିବୁରୁ ରାସ୍ତା ନିର୍ମାଣ ନାମରେ ୩0 ଲକ୍ଷ କରି ୩ ଥର ୯0 ଲକ୍ଷ ଟଙ୍କାର ମିଥ୍ୟା ବିଲି କରି ସବୁ ଟଙ୍କା ହଡପ କରିଥିଲେ l ଇଞ୍ଜିନୟର କଣ୍ଟ୍ରାକ୍ଟର ମହେଶ ପଟନାୟକ ନାମରେ ସେଲଟ୍ୟାକ୍ସ ଅଫିସ କାମ କରିବାକୁ ପ୍ରାୟ ତିରିଶିରୁ ବତିଶ ଲକ୍ଷ ଟଙ୍କା ମଞ୍ଜୁରୀ କରି ଏସଡିଓ ଅଶୋକ ମିଶ୍ର କାମ ନ କରି ସବୁ ଟଙ୍କା ବିଲି କରି ନେଇଯାଇଥିଲେ ବୋଲି ଜଣେ ଠିକାଦାର ଅଭିଯୋଗ କରିଛନ୍ତି l ଯନ୍ତ୍ରୀ ଅଶୋକ ମିଶ୍ର ଘରେ ଭିଜିଲାନ୍ସ ଚଢ଼ାଉ କଲା ପୂର୍ବରୁ ଟଙ୍କା ବସ୍ତା କୁ ଚତୁରତା ସହିତ ଘର ପଛ ପଟକୁ ଫିଙ୍ଗି ଦେଇଥିଲେ କିନ୍ତୁ ନଗଦ ଏକ ଲକ୍ଷ୍ୟ ଟଙ୍କା ଭିଜିଲାନ୍ସ ଜବତ କରିଥିଲା l ଅଶୋକ ମିଶ୍ରଙ୍କ କଳା ଧନ ବିଷୟରେ ଭିଜିଲାନ୍ସ ସଠିକ ତଥ୍ୟ ପାଇଁ ଥିଲେ ବି ତାହାକୁ ଧରିବାରେ ବିଫଳ ହୋଇଥିଲା l ଜବତ ଟଙ୍କା ଅନ୍ୟ ଜଣେ କଣ୍ଟ୍ରାକ୍ଟର ମିଶ୍ର ନିଜର ବୋଲି କହି ଭିଜିଲାନ୍ସକୁ ଲେଖିବାରୁ ଯନ୍ତ୍ରୀ ଅଶୋକ ମିଶ୍ର ଖସିବାରେ ସଫଳ ହୋଇଥିଲେ l ଡକାୟତ ଯନ୍ତ୍ରୀ ଅଶୋକ ମିଶ୍ର ଅନୁଗୋଳ ରେ ରାସ୍ତା, ପୋଲ, ଓ ମରାମତି କାର୍ଯ୍ୟରେ ଲକ୍ଷ ଲକ୍ଷ ଟଙ୍କା ପିସି ନେଉଛନ୍ତି ବୋଲି ଅଭିଯୋଗ ହେଉଛି l ପୂର୍ତ୍ତ ବିଭାଗ ରେ କେଳେଙ୍କାରୀ କରି ଗ୍ରାମ୍ୟ ନିର୍ମାଣ ବିଭାଗ ରେ ସରକାରୀ ଅର୍ଥ କୁ ହଡପ କରୁଥିବା ଅଶୋକ ମିଶ୍ରଙ୍କ ଉପରେ 5T ଓ ନବୀନ ଓଡିଶା ର ଅଧକ୍ଷ ଭିକେ ପାଣ୍ଡିଆନ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ବୁଦ୍ଧିଜୀବୀ ମହଲରେ ଦାବି ହେଉଛି l ଗଦା ଗଦା କେଳେଙ୍କାରୀ ତଥ୍ୟ ହସ୍ତଗତ ହେବାରେ ଲାଗିଛି ତାହା ପର୍ଯ୍ୟାୟ କ୍ରମେ ପ୍ରକାଶ ପାଇବ l

Leave a Reply

Your email address will not be published. Required fields are marked *