ରାଜ୍ୟ

ଚିଲିକାରେ ଚଳିତ ବର୍ଷ ପକ୍ଷୀ ଗଣନା ଶେଷ

ଚିଲିକା :(ବିରଞ୍ଚି ନାରାୟଣ ପ୍ରଧାନ )ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ କରାଯାଇଥିବା ଶୀତକାଳୀନ ପକ୍ଷୀ ଗଣନାର ତଥ୍ୟ ପ୍ରଦାନ କରାଯାଇଅଛି। ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଓ ବନ୍ୟପ୍ରାଣୀ ତତ୍ବାବଧାରକ, ଓଡିଶା, ଭୁବନେଶ୍ବର ଙ୍କ ନିର୍ଦ୍ଦେଶ କ୍ରମେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡରେ ତା ୦୩.୦୧.୨୦୨୪ ରିଖରେ ପକ୍ଷୀ ଗଣନାରେ ଯୋଗଦେଇ ଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ ବି.ଏନ୍.ଏଚ୍.ଏସ୍ ର ଡ଼େପୁଟି ଡାଇରେକ୍ଟର, ଡ଼ା ସତ୍ୟା ସେଲଭମ ପକ୍ଷୀ ଗଣନା କାର୍ଯ୍ୟ ବିଷୟରେ ତାଲିମ୍ ପ୍ରଦାନ କରିଥିଲେ । ଏହାପରେ ଅଦ୍ୟ ତା ୦୪.୦୧.୨୦୨୪ ରିଖରେ ଅବସରପ୍ରାପ୍ତ ଫରେଷ୍ଟ ଅଫିସର, ପ୍ରଫେସର, Odisha State Wildlife Organisation, CDA, BNHS, WWF India, OUAT ଏବଂ ଅଣ ସରକାରୀ ସଂସ୍ଥାରୁ ଆସିଥିବା ବ୍ୟକ୍ତିବିଶେଷ (ସମୁଦାୟ ୧୩୨ ଜଣ) ଙ୍କୁ ନେଇ ପକ୍ଷୀ ଗଣନା କରାଯାଇଥିଲା ।

ଏତଦ୍‍ବ୍ୟତୀତ ଚିଲିକା ଜଳରାଶିକୁ ୨୧ ଗୋଟି ଗ୍ରୁପରେ ବିଭକ୍ତ କରାଯାଇ ତନ୍ମଧରୁ ୦୨ ଗୋଟି ସଡକ ପାର୍ଶ୍ବରେ ଓ ୧୯ ଗୋଟି ଡଙ୍ଗା ଦ୍ବାରା ଯାଇ ପକ୍ଷୀ ଗଣନା କାର୍ଯ୍ୟ କରାଯାଇଥିଲା । ଏହି ୨୧ ଗୋଟି ଦଳରେ ଜଣେ ଲେଖାଏଁ ପକ୍ଷୀ ବିଶେଷଜ୍ଞ ଙ୍କ ସହିତ ୦୩ ରୁ ୦୫ ଜଣ ଏବଂ ସ୍ଥାନୀୟ Guide ମଧ୍ୟ ଯୋଗଦାନ କରିଥିଲେ । ପ୍ରତ୍ୟେକ ଗ୍ରୁପକୁ ଗଣନା ପାଇଁ ଦରକାର ପଡୁଥିବା ମାନଚିତ୍ର ଓ ତାର ଗନ୍ତବ୍ୟସ୍ଥଳ, Binocular/ Spotting scope, notebook, colour plates of common water bird species of Chilika ଦିଆଯାଇଥିଲା ଏବଂ ତାସହିତ ଗୋଟିଏ କିଟ୍ ବ୍ୟାଗ୍, ଚେକ୍ ଲିଷ୍ଟ ଓ ପକ୍ଷୀଗଣନା ଫର୍ମ ଦିଆଯାଇଥିଲା । ଏହି ପକ୍ଷୀଗଣନା କାର୍ଯ୍ୟକ୍ରମ ପ୍ରାତଃ ୦୬.୦୦ ଘଟିକା ରୁ ଆରମ୍ଭ ହୋଇ ମଧାହ୍ନ ୧୨.୦୦ ଘଟିକା ପର୍ଯ୍ୟନ୍ତ ଚାଲିଥିଲା । ଏହି ଗଣନା କାର୍ଯ୍ୟ ସମାପ୍ତ ହେବା ପରେ ବି.ଏନ୍.ଏଚ୍.ଏସ୍ ର ଡ଼େପୁଟି ଡାଇରେକ୍ଟର, ଡ଼ା ସତ୍ୟା ସେଲଭମଙ୍କ ଦ୍ବାରା ଏହାର ତଥ୍ୟ ପ୍ରସ୍ତୁତ କରି ଫଳାଫଳ ଘୋଷଣା କରାଗଲା । ଏଥିସହିତ ଗତ ବର୍ଷ ୨୦୨୩ ଏବଂ ଚଳିତ ବର୍ଷ ୨୦୨୪ ଗଣନାର ଫଳାଫଳ ନିମ୍ନରେ ପ୍ରକାଶ କରାଗଲା । ଚଳିତ ବର୍ଷ ବିଦେଶାଗତ ପକ୍ଷୀ / ପ୍ରଜାତି ମଧ୍ୟରେ ସବୁଠାରୁ ଅଧିକ ନର୍ଦନ ପିଣ୍ଟେଲ୍ ୨,୧୮,୬୫୦ ସଂଖ୍ୟକ, ଗଡୱେଲ ୧,୫୬,୬୩୬ ସଂଖ୍ୟକ,ୟୁରେସିଆ ୱିଯେନ୍ ୧,୪୦,୩୨୨ ସଂଖ୍ୟକ ଥିବା ବେଳେ ପ୍ରାୟ ୧୦ ବର୍ଷପରେ ବହୁ ଚର୍ଚ୍ଚିତ ଏକ ମାତ୍ର ପଲ୍ଲାସ୍ ଫିସ୍ ଇଗଲ୍ ପକ୍ଷୀ ଦେଖିବାକୁ ମିଳିଛି।ତେବେ ସର୍ବମୋଟ ବିଦେଶାଗତ ପକ୍ଷୀଙ୍କର ଆଗମନ ଚଳିତ ବର୍ଷ ୧୦୮ ପ୍ରଜାତିର ୧୦,୯୮,୮୧୩ ସଂଖ୍ୟକ ପକ୍ଷୀ ଆସିଥିବା ବେଳେ ଗତବର୍ଷ ୧୦୫ ପ୍ରଜାତିର ୧୦,୯୩,୦୪୯ ସଂଖ୍ୟକ ପକ୍ଷୀ ଦେଖିବାକୁ ମିଳିଥିଲା। ସେହିଭଳି ଚଳିତ ବର୍ଷ ସ୍ଥାନୀୟ ପକ୍ଷୀ ୭୯ ପ୍ରଜାତିର ୩୮,୯୪୬ ସଂଖ୍ୟକ ଦେଖିବାକୁ ମିଳିଥିଲା ବେଳେ ଗତବର୍ଷ ୭୯ପ୍ରଜାତିର ୩୮,୮୮୦ ସଂଖ୍ୟକ ପକ୍ଷୀ ଦେଖିବାକୁ ମିଳିଥିଲା। ତେବେ ଚଳିତ ବର୍ଷ ସର୍ବ ମୋଟ ୧୮୭ ପ୍ରଜାତିର ୧୧,୩୭,୭୫୯ ସଂଖ୍ୟକ ପକ୍ଷୀ ଦେଖିବାକୁ ମିଳିଥିଲା ବେଳେ ଗତବର୍ଷ ୧୮୪ ପ୍ରଜାତିର ୧୧,୩୧,୯୨୯ ସଂଖ୍ୟକ ପକ୍ଷୀ ଦେଖିବାକୁ ମିଳିଥିଲା।ତେବେ ଚଳିତ ବର୍ଷ ପକ୍ଷୀ ସଂଖ୍ୟା ୫,୮୩୦ ବୃଦ୍ଧି ପାଇଥିବାର ଜଣାଯାଇଛି ଏବଂ ଦୁଇଟି ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଛି ବୋଲି ବନଖଣ୍ଡ ଅଧିକାରୀ, ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ, ବାଲୁଗାଁ ଙ୍କ ଠାରୁ ପ୍ରକାଶ।

Leave a Reply

Your email address will not be published. Required fields are marked *