ରାଜ୍ୟ

ଚିଲିକାରେ ଚଳିତ ବର୍ଷ ର ବିଦେଶାଗତ ପକ୍ଷୀ ଗଣନା ଶେଷ


ବାଣପୁର : (ମନୋଜ ରଞ୍ଜନ ବେହେରା ) ଚଳିତ ବର୍ଷ ଚିଲିକାରେ ୧୮୭ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ଟି ପକ୍ଷୀ ଆସିଛନ୍ତି | ନଳବଣ ରେ ସର୍ବାଧିକ ୩ ଲକ୍ଷ ୪୭ ହଜାର ୨୮୦ ପକ୍ଷୀ ଦେଖିବାକୁ ମିଳିଛି | ସର୍ବାଧିକ ନର୍ଦନ ପିଙ୍କଟେଲ ପ୍ରଜାତି ର ୨ ଲକ୍ଷ ୧୮ ହଜାର ୬୧୪ ଆସିଥିବା ବେଳେ ସର୍ବ ନିମ୍ନ ପେଲିକାନ ପ୍ରଜାତି ଗୋଟିଏ ମାତ୍ର ଦେଖା ଯାଇଛି | ଦଶ ବର୍ଷ ପରେ ପୁଣି ଏକ ନୂଆ ପ୍ରଜାତି ର ପକ୍ଷୀ ପଲାଜ ଫିସ ଈଗଲ ଚଳିତ ବର୍ଷ ଦେଖିବାକୁ ମିଳିଛି |
ଗତ ବର୍ଷ ଚିଲିକାରେ ୧୮୪ ପ୍ରଜାତି ର ୧୧ ଲକ୍ଷ ୩୧ ହଜାର ୯୨୯ ଆସିଥିବା ବେଳେ ଚଳିତ ବର୍ଷ ୫ ହଜାର ୮୩୦ ଟି ପକ୍ଷୀ ବୃଦ୍ଧି ପାଇଛି | ଗତ ବର୍ଷ ବିଦେଶାଗତ ୧୦୫ ପ୍ରଜାତିର ୧୦ ଲକ୍ଷ ୯୩ ହଜାର ୪୯ ଟି ଥିବାବେଳେ ଦେଶୀ ପକ୍ଷୀ ୭୯ ପ୍ରଜାତିର ୩୮ ହଜାର ୮୮୦ ଥିଲେ | ଚଳିତ ବର୍ଷ ସମନ୍ତରାଳ ଭାବେ ୧୦୮ ପ୍ରଜାତିର ୧୦ ଲକ୍ଷ ୯୮ ହଜାର ୮୧୩ ବିଦେଶୀ ପକ୍ଷୀ ଆସିଥିବାବେଳେ ଘରୋଇ ପକ୍ଷୀଙ୍କ ସଂଖ୍ୟା ୩୮ ହଜାର ୯୪୬ ଟି ୭୯ ପ୍ରଜାତିର ଦେଖିବାକୁ ମିଳିଛି |

ଚିଲିକା ରେଞ୍ଜରେ ୨୧ ଗୋଟି ଟିମ ମଧ୍ୟରୁ ୧୯ଟି ଟିମ ଜଳପଥ ରେ ଓ ଅନ୍ୟ୨ଟି ଟିମ ସ୍ଥଳ ଭାଗରେ ପକ୍ଷୀଗଣନାରେ ନିୟୋଜିତ ହୋଇଛନ୍ତି।
ତେବେ ଟାଙ୍ଗି ଜୋନରେ….୮ଟି, ଟିମ….ବାଲୁଗାଁ ରେ..୫ ଟି, ଟିମ ସାତପଡ଼ାରେ….୩ଟି, ଟିମ….ରମ୍ଭା ରେ…୨ଟି, ଟିମ କୃଷ୍ଣପ୍ରସାଦ…..୩ଟି ଟିମ ନିୟୋଜିତ ରହିବେ। ପ୍ରତି ଟିମରେ ୬ ରୁ ୭ ଜଣ ଗଣନାକାରୀ ଯୋଗଦେଇଛନ୍ତି। ପ୍ରତି ଟିମରେ ୬ ରୁ ୭ ଜଣ ଗଣନାକାରୀ ଯୋଗଦେଇଛନ୍ତି। ପ୍ରତିବର୍ଷ ଭଳି ଚଳିତ ବର୍ଷ ଗଣନା କାର୍ଯ୍ୟରେ….ଜିପିଏସ….ବାଇନାକୁଲାର…ୱାକି ଟକି…କ୍ୟାମେରା….ବ୍ୟବହାର କରାଯିବ। ଉକ୍ତ ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟି ର ଛାତ୍ରଛାତ୍ରୀ, ୱାଇଲଡ ଓଡ଼ିଶା ଏବଂ ୱାଇଲଡିଜ ନାମକ ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା, ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ତିନି ଗୋଟି ପକ୍ଷୀ ସୁରକ୍ଷା ସମିତିର ସଦସ୍ୟମାନେ l ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା କହିଛନ୍ତି ଚିଲିକା ଡ଼ିଏଫଓ
Byte – ଅମ୍ଲାନ ନାୟକ, ଡ଼ିଏଫଓ – ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ, ବାଲୁଗାଁ

Leave a Reply

Your email address will not be published. Required fields are marked *