ଖେଳ

ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆରମ୍ଭ ହେଲା ମହିଳା ଆଇପିଏଲ୍

ମୁମ୍ବାଇ : ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଶନିବାର ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଭାରତୀୟ କ୍ରିକେଟ ଇତିହାସର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଏବଂ କ୍ରିତି ସାନନ ନିଜର ଚମତ୍କାର ମଞ୍ଚ ଅଭିନୟ କରିଥିଲେ ।

ଉଦଘାଟନୀ ସମାରୋହରେ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ନିଜର ଚମତ୍କାର ନୃତ୍ୟ ପରିବେଷଣ କରିଥିଲେ । ଏହି ସମୟରେ ଡବ୍ଲ୍ୟୁପିଏଲ୍ ଏବଂ ପାଞ୍ଚଟି ଦଳର ଲୋଗୋ ସହ ପଡ଼ିଆରେ ଏକ ତାରକା ଚିହ୍ନ ଗଠନ କରାଯାଇଥିଲା ।

ଏହାପରେ ୫ଟି ଫ୍ରାଞ୍ଚାଇଜର ଅଧିନାୟିକାମାନେ (ମେଗ୍ ଲାନିଂ, ବେଥ୍ ମୁନି, ହରମନପ୍ରୀତ କୌର, ସ୍ମୃତି ମନ୍ଧାନା ଏବଂ ଆଲିସା ହିଲି) ମିଳିତ ଭାବେ ବିସିସିଆଇର କର୍ମକର୍ତ୍ତା ସଭାପତି ରୋଜର ବିନ୍ନି, ମହାସଚିବ ଜୟ ଶାହା, ଆଇପିଏଲ୍ ଅଧ୍ୟକ୍ଷ ଅରୁଣ ସିଂହ ଧୁମାଲ, ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଓ ଦେବଜିତ୍ ସାଇକିଆଙ୍କ ଉପସ୍ଥିତିରେ ଡବ୍ଲ୍ୟୁପିଏଲ୍ ଟ୍ରଫି ଉନ୍ମୋଚନ କରିଥିଲେ । ଟ୍ରଫି ଉନ୍ମୋଚନ ପରେ ହରମନପ୍ରୀତ କୌର ଏବଂ ସ୍ମୃତି ମନ୍ଧାନା ପରସ୍ପରକୁ ଆଲିଙ୍ଗନ କରିଥିଲେ।

ଡବ୍ଲ୍ୟୁପିଏଲ୍ ଇତିହାସର ପ୍ରଥମ ମ୍ୟାଚ୍ ଦେଖିବା ପାଇଁ ଜାତୀୟ କ୍ରିକେଟ୍ ଏକାଡେମି ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ଏବଂ ପୂର୍ବତନ ଭାରତୀୟ ଅଧିନାୟକ ଦିଲ୍ଲୀପ ଭେଙ୍ଗସରକାର ସମେତ ଭାରତୀୟ କ୍ରିକେଟ୍ କିମ୍ବଦନ୍ତୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *