ରାଜନୀତି

ଜାନୁଆରୀ 10 ତାରିଖରେ ଭି କେ ପାଣ୍ଡିଆନ ଚିଲିକା ନିର୍ବାଚନମଣ୍ଡଳୀ ଗ୍ରସ୍ତ

ଚିଲିକା /ବାଣପୁର : ବିରଞ୍ଚି ନାରାୟଣ ପ୍ରଧାନ )ଆସନ୍ତା ଜାନୁଆରୀ ୧୦ ତାରିଖ ଦିନ ‘ଆମ ଓଡ଼ିଶା ନବୀନ ଓଡ଼ିଶା ‘ର ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କ ଚିଲିକା ନିର୍ବାଚନମଣ୍ଡଳୀ ଗସ୍ତ କାର୍ଯ୍ଯକ୍ରମ ରହିଥିବାରୁ ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ , ଏସପି ସିଦ୍ଧାର୍ଥ କଟରିଆ, ଜିଲ୍ଲାପରିଷଦ ମୁଖ୍ୟଉନ୍ନୟନ ଅଧିକାରୀ ଡଃ ବାଦଲ ମହାନ୍ତି , ଏସଡିପିଓ ଶ୍ରୁଭାଂଶୁ ଶେଖର ମିଶ୍ର , ବିଡିଓ ଶିତଲ ଅଗ୍ରୱାଲ ,ତହସିଲଦାର ଟି ପଦ୍ମନାଭ ଦୋରା ପ୍ରମୁଖ ବାଣପୁର ପଲଟନ ପଡିଆ ଓ ଉକ୍ତ ଗସ୍ତ କାର୍ଯ୍ଯକ୍ରମ ସମୟରେ ଟ୍ରାଫିକ ନିୟନ୍ତ୍ରଣ ଆଦି ନିରିକ୍ଷଣ କରିବା ସହ ବିଭିନ୍ନ ଜନହିତକର କାର୍ଯ୍ଯର ସମ୍ପୂର୍ଣ୍ଣ ନିମନ୍ତେ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି। ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା ଓ ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଉପସ୍ଥିତ ରହି କିଭଳି ଅଧିକ ଜନସାଧାରଣ ସେମାନଙ୍କର ଅଭିଯୋଗ ଅଧ୍ୟକ୍ଷ ପାଣ୍ଡିଆନଙ୍କୁ ଜଣାଇ ପାରିବେ ସେ ନେଇ ବ୍ଯବସ୍ଥା କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ । ନବୀନ ଓଡ଼ିଶା ଅଧ୍ୟକ୍ଷ ପାଣ୍ଡିଆନ ପ୍ରଥମେ ମା ଭଗବତୀଙ୍କ ମନ୍ଦିର ଦର୍ଶନ କରିବା ସହ ବାଣପୁର ବ୍ଲକର ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା ଓ ମିଶନ ଶକ୍ତିର ବିଭିନ୍ନ କାର୍ଯ୍ୟର ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି ।ଭି କେ ପାଣ୍ଡିଆନଙ୍କ ଏହା ପ୍ରଥମ ରାଜନୈତିକ ଗସ୍ତ ହୋଇଥିବାରୁ ଚିଲିକା ନିର୍ବାଚନମଣ୍ଡଳୀର ବିଜେଡି କର୍ମୀ ମାନେ ବେଶ ଉତ୍ସାହିତ ଅଛନ୍ତି l

Leave a Reply

Your email address will not be published. Required fields are marked *