ରାଜ୍ୟ

ପାୟଲପ୍ରିୟଦର୍ଶନୀ ଅସହାୟ ମାନଙ୍କୁ ସହଯୋଗର ହାତ ବଢ଼ାଇଲେ

ଚିଲିକା : ନବବର୍ଷରେ ଲଡ଼ୁକେଶ୍ୱର ଵୃଦ୍ଧାଶ୍ରମ ରେ କିଛି ଖାଦ୍ୟ ସହିତ କଷ୍ଟେମେଟିକ ସମାନ ମା ଭଗବତୀ ହେଲ୍ପ ଫାଉଣ୍ଡେସନର ଓ ନାରୀ ସଶକ୍ତି କରଣ ଓଡିଶା ତରଫରୁ ପାୟଲ ପ୍ରିୟଦର୍ଶିନୀ ଦାନ କରି ପ୍ରଶଂସା ସାଉଁଟିଥିବା ନଜରକୁ ଆସିଛି l ସେ ସଦାବେଳେ ଗରିବ ଅସହାୟ ଓ ରୋଗୀ ମାନଙ୍କୁ ସେବା ଯୋଗାଇବା ସହିତ ଓଡ଼ିଆ ଫିଲ୍ମି, ଅଲବମ, ଓ ଓଡ଼ିଆ ଧାରାବାହିକ ରେ ବେସ ସୁନାମ ଅର୍ଜନ କରିଥିବା ନଜିର ରହିଥିବା ବେଳେ, ପୁଣି ଥରେ ନିଜ ଜନ୍ମ ମାଟିରେ କିଛି ଅସହାୟ ମାନଙ୍କୁ ସାହାଯ୍ୟ ସହଯୋଗ କରିଛନ୍ତି l ତାଙ୍କର କହିବା କଥା ହେଲେ ମୋ ଜୀବନରେ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଗରିବ ଅସହାୟ ମାନଙ୍କୁ ସହଯୋଗ ସହାୟତା କରୁଥିବି l ପୂର୍ବରୁ ବହୁବାର ମେଡିକାଲରେ ଥିବା ରୋଗୀ, ବିକଳାଙ୍ଗ, ଦିବ୍ୟାଙ୍ଗ ମାନଙ୍କୁ ଓଡିଶା ବିଭିନ୍ନ ଜାଗରେ ସହାୟତା କରି ବେସ ନାଁ କମାଇ ପାରିଛନ୍ତି l

Leave a Reply

Your email address will not be published. Required fields are marked *