ମୁଖ୍ୟ ଖବର

ଦୁର୍ନୀତି କରିଥିବା ବିଧାୟକଙ୍କୁ ପଦ୍ମଭୂଷଣ ଦିଅ : କେଜ୍ରିୱାଲ

ବେଙ୍ଗାଲୁରୁ: ଚଳିତ ବର୍ଷ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ବିଜେପି-କଂଗ୍ରେସ ଏବେଠାରୁ ପ୍ରସ୍ତୁତିରେ ଲାଗିପଡ଼ିଲେଣି | ଆଉ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଆମ୍ ଆଦମୀ ପାର୍ଟି (ଆପ) ମଧ୍ୟ ନିଜ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିଛି। ଏହି ପରିପ୍ରେକ୍ଷୀରେ କେଜ୍ରିୱାଲ ଆଜି ଦାବନଗେରରେ ପହଞ୍ଚି କର୍ମୀଙ୍କୁ ସମ୍ବୋଧିତ କରିଥିଲେ | ଏହି ସଭାରେ କେଜ୍ରିୱାଲ ଆଜି ବିଜେପିକୁ କଡା ଆକ୍ରମଣ କରିଥିଲେ। ସେ କହିଛନ୍ତି ଯେ ଡବଲ ଇଞ୍ଜିନ ସରକାରରେ ଦୁର୍ନୀତି ବୃଦ୍ଧି ପାଇଛି |  କର୍ଣ୍ଣାଟକରେ ବିଜେପି ବିଧାୟକଙ୍କ ଘରୁ ଆଠ କୋଟି ଟଙ୍କା ଜବତ ହୋଇଥିବାବେଳେ ତାଙ୍କ ପୁଅ ଲାଞ୍ଚ ନେଇ ଧରାପଡ଼ିଛନ୍ତି | ଏହା ସତ୍ତ୍ୱେ ତାଙ୍କୁ ଗିରଫ କରାଯାଇ ନାହିଁ। କିନ୍ତୁ ମନୀଷ ସିସୋଦିଆଙ୍କ ଘରେ ହୋଇଥିବା ଚଢ଼ାଉରେ କିଛି ବି ମିଳି ନଥିଲେ ମଧ୍ୟ ତାଙ୍କୁ ଗିରଫ କରାଯାଇଛି।

ଏଥିସହ ବିଜେପିକୁ କଟାକ୍ଷ କରି କେଜ୍ରିୱାଲ୍ କହିଛନ୍ତି, ‘‘ଯେଉଁ ବିଧାୟକଙ୍କ ଘରୁ ୮ କୋଟି ଟଙ୍କା ଜବତ ହୋଇଥିଲା, ଆସନ୍ତାବର୍ଷ ତାଙ୍କୁ ପଦ୍ମ ଭୂଷଣ ଦିଆଯିବ’’ | ସେ ଆହୁରି ମଧ୍ୟ କହିଛନ୍ତି ଯେ ‘ଡବଲ୍ ଇଞ୍ଜିନ’ ସରକାରରେ ଦୁର୍ନୀତି ଦ୍ୱିଗୁଣିତ ହୋଇଛି। ଆମକୁ ଏକ ‘ନୂତନ ଇଞ୍ଜିନ୍’ ସରକାର ଦରକାର |

ଉଲ୍ଲେଖ ଥାଉ କି କର୍ଣ୍ଣାଟକର ବିଜେପି ବିଧାୟକ ମଦଲ ବିରୁପାକ୍ଷପ୍ପାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଲୋକାୟୁକ୍ତ ଦୁର୍ନୀତି ନିବାରଣ ଶାଖା ଚଢ଼ଉ କରି ୮ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରିଥିଲା । ବିଧାୟକଙ୍କୁ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଥିବା ବେଳେ ତାଙ୍କ ପୁଅ ପ୍ରଶାନ୍ତ ମଦଲ ନଗଦ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିଲେ । ଆଉ ଏହାକୁ ନେଇ ଆଜି କେଜ୍ରିୱାଲ ବିଜେପିକୁ ଟାର୍ଗେଟ କରିଥିଲେ |

Leave a Reply

Your email address will not be published. Required fields are marked *