ରାଜ୍ୟ

ସାଂସଦ ମାନସ ମଙ୍ଗରାଜଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ

ଚିଲିକା: ଆସନ୍ତା ଜାନୁୟାରୀ ମାସ ୧୦ ତାରିଖରେ ବାଣପୁର ଗ୍ରସ୍ତରେ ଆସିବାକୁଥିବା ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ପାଇଁ ଆଜି ଚିଲିକା ନିର୍ବାଚନ ମଣ୍ଡଳୀର ସୁନାଖଳା ଡାକ ବଙ୍ଗଳାଠାରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ମାନସ ରଞ୍ଜନ ମଙ୍ଗରାଜ ଓ ଚିଲିକା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା ଚକ୍ରଙ୍କ ଅଧ୍ୟକ୍ଷତାରେ ଚିଲିକା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଆଗଧାଡିର ନେତାମାନଙ୍କ ସହିତ ବରିଷ୍ଠ ସଂଘଠକ,ମହିଳା, ଛାତ୍ର ଓ ଯୁବନେତା ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ପ୍ରସ୍ତୁତି ବୈଠକରେ ବାଣପୁର ଏନଏସି ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଟୁ ନାୟକ, ବାଣପୁର ବ୍ଲକ ପୁର୍ବତନ ଅଧକ୍ଷ ମାନସ ରଞ୍ଜନ ପ୍ରଧାନ,ଖୋର୍ଦ୍ଧା ଜିଲା ବିଜେଡି ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ,ଚିଲିକା ବ୍ଲକ ସଭପତି ଅମରେନ୍ଦ୍ର ସମାନ୍ତସିଂହାର,ବାଣପୁର ବ୍ଲକ ବିଜେଡି ସଭାପତି ଭବାନୀ ଶଙ୍କର ବଳିଆରସିଂ, ବିଜେଡି ସଙ୍ଗଠକ ଯଦୁ ପ୍ରଧାନ, ବାଲୁଗାଁ ବିଜ୍ଞାପିତ ପରିଷଦର କାଉନସିଲର ଜୟନ୍ତ ସ୍ବାଇଁ,ଚିଲିକା ବ୍ଲକ ପୁର୍ବତନ ଅଧ୍ୟକ୍ଷ ଉତ୍କଳ ପାଇକରାୟ, ଖୋର୍ଦ୍ଧା ଜିଲା ଉପାଦକ୍ଷ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଭି.କେ ପାଣ୍ଡିଆନଙ୍କ ସମସ୍ତ ସୁରକ୍ଷା ଏବଂ ହେବାକୁଥିବା କାର୍ଯ୍ୟକ୍ରମର ସମସ୍ତ ବ୍ୟବସ୍ଥାକୁ ନେଇ ଜିଲା ପ୍ରଶାସନ ସକ୍ରିୟ ରହିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *