ଖେଳ

ମା’ଖଣ୍ଡେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ, ଏମ କେ ସିସି ମୁକୁନ୍ଦ ପ୍ରସାଦ ଚାମ୍ପିଆନ ହୋଇଛି


ଟାଙ୍ଗି/ଚିଲିକା:- ତା ୦୬-୦୧-୨୦୨୪ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗି ବ୍ଲକ ଅଧିନସ୍ଥ ଲେଣ୍ଡୋ ଗ୍ରାମ ପଞ୍ଚାୟତ ଆରେଡି ଗ୍ରାମ ସ୍ଥିତ ଖେଳ ପଡିଆରେ ଚାଲିଥିବା ପଞ୍ଚମ ତମ ମାଆ ଖଣ୍ଡେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି |ଏହି ମ୍ୟାଚ ଏମକେସିସି, ମୁକୁନ୍ଦପ୍ରସାଦ, ଖୋର୍ଦ୍ଧା କ୍ରିକେଟ କ୍ଲବ ଓ ଡିଲାୟନ କ୍ରିକେଟ କ୍ଲବ ରାୟପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା |ଏମ କେ ସି ସି ମୁକୁନ୍ଦପ୍ରସାଦ ଟସ ଜିତି ବ୍ୟାଟିଂର ନିଷ୍ପତି ନେଇ ନିର୍ଦ୍ଧାରିତ ୧୨ଓଭରରେ ସମସ୍ତ ଉଇକେଟ ହରାଇ ୯୫ରନ ସଂଗ୍ରହ କରିବାରେ ସକ୍ଷମ ହୋଇ ଥିଲା | ଏହାର ଜବାବରେ ରାୟପୁର ଦଳ ୧୨ ଓଭରରେ ୯ ଉଇକେଟ ହରାଇ ମାତ୍ର ୮୨ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା | ଫଳରେ ମୁକୁନ୍ଦପ୍ରସାଦ ଏହି ଖେଳରେ ଚାମ୍ପିଆନ ହୋଇଛି | ସତ୍ୟ ନାରାୟଣ ଜେନା ଓ ଧର୍ମେନ୍ଦ୍ର ଜେନା ଉକ୍ତ ଖେଳକୁ ପରିଚାଳନା କରିଥିଲେ | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେଡି ରାଜ୍ୟ ବରିଷ୍ଠ ମହିଳା ଉପସଭାପତି ବାସନ୍ତୀ ମହାପାତ୍ର ଯୋଗଦେଇ, ଖେଳ ଦ୍ୱାରା ଭାଇଚାରା ସୃଷ୍ଟି ହେବା ସହ ଶରୀର ସୁସ୍ଥ ରହିଥାଏ ବୋଲି ଖେଳାଳୀ ମାନଙ୍କୁ ଉପଦେଶ ଦେବା ସହ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସ।ହିତ କରିଥିଲେ |ଇତ୍ୟ ଅବସରରେ ଅନୁଷ୍ଠାନ ତରଫରୁ ମହାପାତ୍ରଙ୍କୁ ଏକ ବାଇକ ଶୋଭା ଯାତ୍ରାରେ ମଞ୍ଚ ନିକଟକୁ ପାଛୋଟି ନିଆ ଯାଇଥିଲା |ଅନ୍ୟତମ ସମ୍ମାନିତ ଅତିଥି ଭାବେ ଖବରଦାତା ମାନସ ଚନ୍ଦ୍ର ପଟ୍ଟନାୟକ, ଖବର ଦାତା ଉମେଶ ଚନ୍ଦ୍ର ପଟ୍ଟନାୟକ, କାଶୀପୁର ସେବା ସମବାୟ ସମିତିର ପୂର୍ବତନ ସଭାପତି ଲଛମନ ନାୟକ, ଟାଙ୍ଗୀ ସାହାରା ଇଣ୍ଡିଆର କାର୍ଯ୍ୟାଳୟର ଶାଖା ପରିଚାଳକ ଅପର୍ତ୍ତି ଜେନା ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସ।ହିତ କରିଥିଲେ |ଏବଂ ଚାମ୍ପିଆନ ଓ ପର।ଜୟୀ ଦଳକୁ ଅନୁଷ୍ଠାନ ପକ୍ଷରୁ ଟ୍ରଫି ସହ ନଗଦ ଅର୍ଥ ପ୍ରଦାନ କରାଯାଇଥିଲା | ଏହି ଖେଳରେ ଶ୍ରେଷ୍ଠ ଖେଳାଳୀଭାବେ ମୁକୁନ୍ଦପ୍ରସାଦ ର ସୂର୍ଯ୍ୟକୁମାର ଓ ରାୟପୁର ଦଳର ବିକାଶ କୁମାରଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ |ସୌରଭ କୁମାର ପଟ୍ଟନାୟକ, ଶ୍ରୀକୃଷ୍ଣ ଶ୍ରୀଚନ୍ଦନ, ପ୍ରିତିଶ ବଳିୟାରସିଂ, ବସନ୍ତ କୁମାର ଗଜେନ୍ଦ୍ର, ବିଶ୍ୱ ରଞ୍ଜନ ଜେନା ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ସାହାଯ୍ୟ କରିଥିଲେ |

Leave a Reply

Your email address will not be published. Required fields are marked *