ମନୋରଞ୍ଜନ

ପାଗଳ କଲା ଆଲିଆଙ୍କ ଆଉଟ୍‌ଫିଟ୍‌

ମୁମ୍ବାଇ: ବଲିଉଡ୍‌ର ଷ୍ଟାଇଲ୍‌ଶ ଏବଂ ଫ୍ୟାଶନେବଲ ଅଭିନେତ୍ରୀଙ୍କ ମଧ୍ୟରୁ ଆଲିଆ ଭଟ୍ଟ ହେଉଛନ୍ତି ଜଣେ। ସେ ସବୁବେଳେ ନିଜର ଆଉଟ୍‌ଫିଟ୍‌ ଏବଂ ଲୁକ୍‌ରେ ଲୋକଙ୍କୁ ପାଗଳ କରିଦିଅନ୍ତି। ଏପରିକି ଲୋକେ ଆଲିଆଙ୍କ ଲୁକ୍‌ ଆଉ ଷ୍ଟାଇଲ୍‌କୁ ଫଲୋ ବି କରନ୍ତି। ଏବେ ଆଲିଆ ତାଙ୍କ ସାନ ଯାଆଙ୍କ ସାଦଖିଆରେ ଯୋଗ ଦେଇଥିଲେ। ଏହି ସମୟରେ ସେ ଏକ ବ୍ଲୁୂ କଲରର ଫ୍ଲୋରାଲ ଡ୍ରେସ୍‌ ପିନ୍ଧି ଖୁବ୍‌ ସୁନ୍ଦର ଦିଶୁଥିଲେ। ଏହି ଡ୍ରେସ୍‌କୁ ସେ ଆଗରୁ ବି ପିନ୍ଧିଛନ୍ତି। ଆଲିଆ ତାଙ୍କର ଏହି ଡ୍ରେସ୍‌କୁ ଫିଲ୍ମ ‘ଡାର୍ଲିଙ୍ଗ୍‌ସ’ର ପ୍ରମୋଶନରେ ପିନ୍ଧିଥିଲେ। ସେହି ସମୟରେ ଯେମିତି ଆଉଟ୍‌ଲୁକ୍‌ରେ ଥିଲେ ଯାଆଙ୍କ ସାଦଖିଆରେ ଠିକ୍‌ ସେମିତି ଲୁକ୍‌ରେ ନଜର ଆସିଛନ୍ତି। ଯାହା ଲୋକଙ୍କୁ ଖୁବ୍‌ ପସନ୍ଦ ଆସିଛି।

Leave a Reply

Your email address will not be published. Required fields are marked *