ରାଜନୀତି

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ

ଭୁବନେଶ୍ୱର, : ବିଜେଡିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ ବଳଭଦ୍ର ମାଝୀ। ଦଳରେ ଅବହେଳା ଅଭିଯୋଗ କରି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ସେ ତାଙ୍କର ଚିଠିରେ ଉଲ୍ଲେଖ କରିଛନ୍ତି। କିଛି ଦିନ ତଳେ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଥିଲେ ନବରଙ୍ଗପୁରରେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ବଳଭଦ୍ର ମାଝୀ। ରାଜ୍ୟ ସରକାରଙ୍କ ୫-ଟି ଭାବେ ନୂଆରେ ସେକ୍ରେଟାରୀ ସ୍ତରୀୟ ଟିମ୍ ଗଠନକୁ ନେଇ ପୂର୍ବତନ ସାଂସଦ ବଳଭଦ୍ର ମାଝୀ କଟାକ୍ଷ କରିଥିଲେ।

ତେବେ ଆଗକୁ ସାଧାରଣ ନିର୍ବାଚନ ପୂର୍ବରୁ ଅନ୍ୟ ଦଳକୁ ଯିବା ପାଇଁ ସେ ଇସ୍ତାଫା ଦେଇଥିବା କୁହାଯାଉଛି। ତେଣୁ ସେ ବିଜେଡି ଛାଡ଼ି ବିଜେପି କିମ୍ବା କଂଗ୍ରେସରେ ସାମିଲ ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ୧୯୯୦ ମସିହାରୁ ବଳଭଦ୍ର ମାଝୀ ଲାଞ୍ଜିଗଡ଼ ବିଧାନସଭାରୁ ୫ଥର ବିଧାୟକ ଥିଲେ । ପରେ ୨୦୧୪ରେ ସେ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ଲୋକସଭାକୁ ଯାଇଥିଲେ। ତେବେ ୨୦୧୯ରେ ବିଜେଡି ଟିକେଟ ନ ମିଳିବାରୁ ସେ ଭାଜପା ରେ ଯୋଗ ଦେଇ ଟିକେଟ ପାଇଥିଲେ କିନ୍ତୁ ନିର୍ବାଚନରେ ପରାସ୍ତ ହୋଇଥିଲେ ।

Leave a Reply

Your email address will not be published. Required fields are marked *