ରାଜ୍ୟ

ମା ଭଗବତୀ ନୃତ୍ୟ ମହୋତ୍ସବ ପାଳିତ

ଖୋର୍ଦ୍ଧା : ବାଣପୁର ଶୁଭ ମଙ୍ଗଳ କଲ୍ୟାଣ ମଣ୍ଡପରେ ମା ଭଗବତୀ କଳାନିକେତନର ଅଷ୍ଟମ ବାର୍ଷିକ ଉତ୍ସବ ପାଳନ ଅବସରରେ ଚିଲିକା ନିର୍ବାଚନ ମଣ୍ଡଳୀର ବାଲୁଗାଁ ବାଣପୁର ଅଞ୍ଚଳ ଛାତ୍ର ଛାତ୍ରୀ କଳା କାର ମାନଙ୍କୁ ନେଇ ମା ଭଗବତୀ ନୃତ୍ୟ ମହୋତ୍ସବ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ରୂପେ ଡକ୍ଟର ବିଜୟ କୁମାର ଜେନା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଅଧକ୍ଷ ଭୁବନେଶ୍ୱର ରୁ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ସୁବ୍ରତ କୁମାର ମଲ୍ଲିକ ସରକାରୀ ଚାରୁକଳା ମହାବିଦ୍ୟାଳୟ ଅଧକ୍ଷ ଖଲିକୋଟ ରୁ ଯୋଗ ଦେଇଥିଲେ l ଏଥିରେ ସଂମ୍ମାନିତ ଅତିଥି ଶ୍ରୀଯୁକ୍ତ ମାନବେନ୍ଦ୍ର ମହାରଥl ଦଳବେହେରା ଭାଟପଡା ବାଣପୁର, ଶ୍ରୀଯୁକ୍ତ ବିଭୁତି ଭୂଷଣ ବଲଵାନ୍ତରାୟ ଅଧ୍ୟାପକ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ,ସଭାପତି ରବୀନ୍ଦ୍ରନାଥ ମାନସିଂହ ମଞ୍ଚାସିନରେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା l ସର୍ବ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରାଯାଇ ପ୍ରଭୁ ଜଗତର ନାଥ ଜଗନ୍ନାଥ ଙ୍କୁ ପୁଷ୍ପ ମାଲ୍ୟ ଅର୍ପଣ ସହିତ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ ସମ୍ପାଦିକା ବିଷ୍ଣୁପ୍ରିୟା ବାରିକ l ଏହା ପରେ ମହିମା ଦାସ, ସୁବ୍ରତ ପାତ୍ର, ଭାରତ ଭୂଷଣ ବେହେରା, ଜିତେନ୍ଦ୍ର କୁମାର ପଟ୍ଟନାୟକ, ଲକ୍ଷଣ ପ୍ରଧାନ, ବିଜୟ ସାହୁ, ରୁଚିମିତା ଜେନା, ବର୍ଷା ପ୍ରିୟଦର୍ଶିନୀ, ସୁହାନା ପ୍ରୀତିଶା, ସୁଶାନ୍ତ ବଳିୟାର ସିଂ ବିଭିନ୍ନ କ୍ଷେତ୍ରରେ ଦଶଜଣ ଙ୍କୁ ସଂମ୍ମାନିତ କରାଯାଇଥିଲା l ପରେ ପରେ ମା ଭଗବତୀ କଳାନିକେତନର ଛାତ୍ର ଛାତ୍ରୀ ଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ବଡ଼ ଧୂମଧାମ ରେ ପରିବେଷଣ ହୋଇଥିଲାl ଏଥିରେ ହର ପ୍ରିୟା ବାରିକଙ୍କନିର୍ଦେଶନାରେ ଓଡିଶୀ ନୃତ୍ୟ ଓ ଗୋବିନ୍ଦ ଚନ୍ଦ୍ର ଜାଲିଙ୍କ ନିର୍ଦେଶନା ରେ ଲୋକକଳା ନୃତ୍ୟ ବେସ ମନୋହର ହୋଇପାରିଛି l ଦର୍ଶକ ମାନଙ୍କୁ ମନ ମୋହି ଥିଲା l ଏହି କାର୍ଯ୍ୟକ୍ରମ ରେ ସମସ୍ତ କଳାକାର ଅଭିଭାବକ, ଅଭିଭାବିକାଓ ଶ୍ରୀଯୁକ୍ତ ଗୋଲକ ବିହାରୀ ପରିଡା ଙ୍କ ସପୂର୍ଣ୍ଣ ସହଯୋଗ ରେ ମା ଭଗବତୀ ନୃତ୍ୟ ମହୋତ୍ସବ ବଡ଼ ଆଡମ୍ବର ରେ ପାଳିତ ହୋଇଥିଲା l ଏହିସବୁ କାର୍ଯ୍ୟକ୍ରମ କୁ ତ୍ରିଲୋଚନ ବାରିକ ସମ୍ପୂର୍ଣ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *