ଦେଶ- ବିଦେଶ

ନିଆଁ ସହ ଖେଳ ନାହିଁ : ମୁଖ୍ୟମନ୍ତ୍ରୀ

ଚଣ୍ଡୀଗଡ଼: ନିଆଁ ସହ ଖେଳ ନାହିଁ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟରେ ବିରୋଧୀ ଦଳକୁ ଏଭଳି ଚେତାବନୀ ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍। ସାମ୍ପ୍ରଦାୟିକ ଭାବନାକୁ ସହ ଖେଳ ଖେଳି ବିରୋଧୀ ଦଳ ରାଜନୈତିକ ଫାଇଦା ହାସଲ କରିବାକୁ ଚେଷ୍ଟା କରୁଥିବା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।

ରାଜ୍ୟ ସରକାର ରାଜ୍ୟରେ ଘଟୁଥିବା ଘଟଣା ଉପରେ କଡ଼ା ନଜର ରଖିଥିବା ସହ ତାଙ୍କୁ ପ୍ରତ୍ୟେକ ମୁହୂର୍ତ୍ତ ବିଷୟରେ ଅବଗତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ, ଆପ୍ ନେତୃତ୍ୱାଧୀନ ସରକାରଙ୍କ ଭାବମୂର୍ତ୍ତୀକୁ ଖରାପ କରିବା ପାଇଁ ବିରୋଧୀ ଦଳ ଚେଷ୍ଟା କରୁଛନ୍ତି। ରାଜ୍ୟରେ ସାମ୍ପ୍ରଦାୟିକ ଭାବନା ସହ ଖେଳି ରାଜନୈତିକ ଫାଇଦା ହାସଲ କରିବାକୁ ଚେଷ୍ଟା କରି ବିରୋଧୀ ନିଆଁ ସହ ଖେଳୁଛନ୍ତି। ପଞ୍ଜାବ ଗୁରୁ, ସାଧୁ, ଏବଂ ପ୍ରଫେଟଙ୍କ ରାଜ୍ୟ, ଯେଉଁମାନେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ, ଶାନ୍ତି ଏବଂ ଭାଇଚାରା ପାଇଁ ରାସ୍ତା ଦେଖାଇଥିଲେ। ରାଜ୍ୟର ପ୍ରଗତି ଏବଂ ସମୃଦ୍ଧତା ପାଇଁ ପଞ୍ଜାବୀମାନେ ସର୍ବଦା ସମାଜରେ ଶାନ୍ତି ଏବଂ ଭାଇଚାରା ରାସ୍ତା ଆପଣାଇ ଆସୁଛନ୍ତି। ରାଜ୍ୟରେ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧିକୁ ଭଣ୍ଡୁର କରିବାକୁ କାହାକୁ ଅନୁମତି ଦିଆଯିବ ନାହିଁ ବୋଲି ୩କୋଟି ପଞ୍ଜାବୀଙ୍କୁ କଥା ଦେଉଛି।

ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ମାନ୍ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଅଜନାଲା ପୁଲିସ ଷ୍ଟେସନରେ ଘଟିଥିବା ଘଟଣା ସମେତ ରାଜ୍ୟର ଅନ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ।

One thought on “ନିଆଁ ସହ ଖେଳ ନାହିଁ : ମୁଖ୍ୟମନ୍ତ୍ରୀ

  • It’s narly impossible to find experienced people on this subject,
    bbut you seem like you know what you’re talking about! Thanks

    Reply

Leave a Reply

Your email address will not be published. Required fields are marked *