ମୁଖ୍ୟ ଖବର

୮ଟି ସହରରେ ପାରଦ ଛୁଇଁଲା ୩୮ ଡିଗ୍ରି

ଭୁବନେଶ୍ବର: ମାର୍ଚ୍ଚ ପ୍ରଥମ ସପ୍ତାହରୁ ପ୍ରବଳ ଖରା ଆରମ୍ଭ ହୋଇଯାଇଛି। ଅନୁଗୁଳ ଜିଲ୍ଲା ତାଳଚେର ଏବଂ ସମ୍ବଲପୁରରେ ଆଜି ସର୍ବାଧିକ ତାପମାତ୍ରା ୩୮.୬ ଡିଗ୍ରି ରେକର୍ଡ କରାଯାଇଛି। ସେହିପରି ରାଜ୍ୟର ୨୦ଟି ସହରରେ ତାପମାତ୍ରା ୩୭ ଡିଗ୍ରି ରହିଛି। ମୋଟ ୮ ସହରରେ ୩୮ ଡିଗ୍ରି ପାରଦ ଛୁଇଁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଏହି ସୂଚନା ଦିଆଯାଇଛି।ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଭୁବନେଶ୍ବରରେ ୩୮.୫, ବାରିପଦାରେ ୩୮, ଝାରସୁଗୁଡ଼ାରେ ୩୮.୪, ସମ୍ବଲପୁର ଓ ତାଳଚେରରେ ୩୮.୬, ସୋନପୁରରେ ୩୮.୪, ବୌଦ୍ଧରେ ୩୮.୦ ଓ ଖୋର୍ଦ୍ଧାରେ ୩୮.୦ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଆଜି ବାଲେଶ୍ବର, ଚାନ୍ଦବାଲି, କଟକ, ଅନୁଗୁଳ, ସୁନ୍ଦରଗଡ଼, ହୀରାକୁଦ, ବଲାଙ୍ଗୀର, ମାଲକାନଗିରି, ନୟାଗଡ଼, ଢେଙ୍କାନାଳ ଓ ଜଗତସିଂହପୁରରେ ୩୭ ଡିଗ୍ରି କିମ୍ବା ଏଥିରୁ ଅଧିକ ତାପମାତ୍ରା ରହିଛି।

Leave a Reply

Your email address will not be published. Required fields are marked *