ଦେଶ- ବିଦେଶ

ସହାୟତା ବଦଳରେ ଧୋକା ଦେଲା ତୁର୍କୀ

ଜେନିଭା : କୁହାଯାଏ ବିପଦ ବେଳେ ଛିଡ଼ା ହୋଇଥିବା ବନ୍ଧୁ ହିଁ ପ୍ରକୃତ ବନ୍ଧୁ । କିନ୍ତୁ ବିଶ୍ବାସଘାତକ ବନ୍ଧୁ ନିଜର ପ୍ରକୃତ ବନ୍ଧୁ ପିଠିରେ ବି ଛୁରା ଭୁସିଥାଏ । ଏପରି ଏକ ବିଶ୍ବାସଘାତକ ବନ୍ଧୁ ହେଉଛି ତୁର୍କୀ । ତୁର୍କୀରେ ହୋଇଥିବା ଭୂମିକମ୍ପ ପରେ ଭାରତ ପକ୍ଷରୁ ଯେଉଁଭଳି ଭାବେ ସହାୟତା କରାଯାଇଥିଲା ତାହାକୁ ତୁର୍କୀର ଲୋକମାନେ ବି ପ୍ରସଂଶା କରୁଛନ୍ତି । କିନ୍ତୁ ତୁର୍କୀ ସରକାର ନିଜର ଭାରତ ବିରୋଧୀ ନୀତି ଜାରି ରଖିଛନ୍ତି । ଜାତିସଂଘ ମାନବାଧିକାର ପରିଷଦରେ ପୁଣି ତୁର୍କୀ କଶ୍ମୀର ପ୍ରସଙ୍ଗ ଉଠାଇଛି ତୁର୍କୀ ଓ ଏ କ୍ଷେତ୍ରରେ ପାକିସ୍ତାନ ପଛରେ ଛିଡ଼ା ହୋଇଛି ।

ଜମ୍ମୁ-କଶ୍ମୀରରେ ପାକିସ୍ତାନ ମାନବାଧିକାର ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ କରି ତୁର୍କୀ ଜାତିସଂଘ ମାନବାଧିକାର ପରିଷଦରେ ସାମିଲ ହୋଇଥିଲେ। ତୁର୍କୀର ଏଭଳି ଅଭିଯୋଗ ଉପରେ ଭାରତ ମଧ୍ୟ ଚୁପ୍ ବସିନାହିଁ । ଭାରତର ପ୍ରତିନିଧି ୟୁଏନଏଚଆରସିରେ ତୁର୍କୀକୁ ସମାଲୋଚନା କରିବା ସହ କହିଛନ୍ତି ଯେ ତୁର୍କୀ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ଅନାବଶ୍ୟକ ବୟାନଠାରୁ ଦୂରେଇ ରହିବା ଉଚିତ୍ ।

ମିଳିତ ଜାତିସଂଘ ମାନବାଧିକାର ପରିଷଦର ୫୨ତମ ଅଧିବେଶନର ଉଚ୍ଚସ୍ତରୀୟ ଅଧିବେଶନରେ ଭାରତ ଏହାର ଜବାବ ଦେବାର ଅଧିକାର ପ୍ରୟୋଗ କରିଛି। ଜାତିସଂଘରେ ଭାରତର ସ୍ଥାୟୀ ମିଶନର ପ୍ରଥମ ସଚିବ ସୀମା ପୂଜାନୀ ପାକିସ୍ତାନରେ ଅହମ୍ମଦିଆ ସମ୍ପ୍ରଦାୟ, ଖ୍ରୀଷ୍ଟିଆନ, ହିନ୍ଦୁ ଓ ଶିଖ୍ ଙ୍କ ସମେତ ଧାର୍ମିକ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରସଙ୍ଗ ଉଠାଇଥିଲେ। ବିଶେଷ କରି ବେଲୁଚିସ୍ତାନ ପ୍ରଦେଶ ଏବଂ ଅନ୍ୟସ୍ଥାନରେ ରହୁଥିବା ଲୋକଙ୍କୁ ପ୍ରଭାବିତ କରୁଥିବା ସଂଖ୍ୟାଲଘୁ ନିଖୋଜ ପାଇଁ ପାକିସ୍ତାନର ନିଷ୍ଠୁର ନୀତିକୁ ପୂଜାନୀ ସମାଲୋଚନା କରିଛନ୍ତି ।

Leave a Reply

Your email address will not be published. Required fields are marked *