ମନୋରଞ୍ଜନ

ପରଦାକୁ ଫେରୁଛି ‘ଭୁଲ ଭୁଲୈୟା-୩’

ନୂଆଦିଲ୍ଲୀ: ୨୦୦୭ରେ ମୁକ୍ତିଲାଭ କରିଥିବା ‘ଭୁଲ ଭୁଲୈୟା’ ଫିଲ୍ମଟି ବକ୍ସ ଅଫିସରେ ହିଟ ସାବ୍ୟସ୍ତ ହୋଇଥିଲା । ଏହାପରେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଅଭିନୀତ ‘ଭୁଲ ଭୁଲୈୟା-୨’ ୨୦୨୨ ମାର୍ଚ୍ଚ ୨୫ରେ ରିଲିଜ୍ ହୋଇ ଧମାଲ କରିଥିଲା। ଏହି ସିନେମାରରେ କାର୍ତ୍ତିକ ଆର୍ୟନଙ୍କ ସହିତ କିଆରା ଆଡଭାନୀ ଓ ତବୁ ନଜର ଆସିଥିଲେ । ଏହାର ନିର୍ଦ୍ଦେଶନା ଅନିସ୍ ନଜମି ଦେଇଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ ଟି- ସିରିଜ, ଭୁଷଣ କୁମାର ଓ ମୁରାଦ ଖେତାନି ଦେଇଥିଲେ ।ସମ୍ପ୍ରତି ଖବର ଆସିଛି କି ଖୁବଶୀଘ୍ର ପରଦାକୁ ‘ଭୁଲ ଭୁଲୈୟା-୩’ ଫେରିବ। ମାର୍ଚ୍ଚମାସରୁ ସିନେମା ସୁଟିଂ ଆରମ୍ଭ ହୋଇଯିବ। ଅର୍ଥାତ ଚଳିତ ବର୍ଷ ଦର୍ଶକ ଏହି ସିନେମାକୁ ଦେଖିବାକୁ ପାଇବେ। ‘ଭୁଲ ଭୁଲୈୟା-୩’କୁ ପ୍ରଥମ ଓ ଦ୍ବିତୀୟ ସିନେମା ଠାରୁ ଆହୁରି ମଜାଳିଆ କରାଯାଉଛି। ଯାହାକି ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିବ।

Leave a Reply

Your email address will not be published. Required fields are marked *