ରାଜନୀତି

ମାର୍ଚ୍ଚ ୫ କୁ ଗଣତନ୍ତ୍ର ର ହତ୍ୟା ଦିବସ ରୂପେ ପାଳିଲା ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି


ଭୁବନେଶ୍ୱର : ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ମାର୍ଚ୍ଚ ୫ କୁ ଗଣହତ୍ୟା ଓ ଗଣତନ୍ତ୍ର ର ହତ୍ୟା ଦିବସ ଭାବେ ପାଳୁଛି। ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ ୨୦୦୦ ମାର୍ଚ୍ଚ ୫ ତାରିଖରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଦିନଠାରୁ ଓଡ଼ିଶାରେ ଗଣହତ୍ୟା ଓ ଗଣତନ୍ତ୍ର ର ହତ୍ୟା ଚାଲିଛି। ଚିଟପଢା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୪ ବର୍ଷ ମୁଖ୍ୟମନ୍ତ୍ରୀ ରହି ମଧ୍ଯ ଗରିବ ଲୋକ ଏବଂ ଗରିବ ପରିବାର ଗୁଡ଼ିକୁ ଘରଟିଏ , ଦୈନିକ ସର୍ବନିମ୍ନ ଆବଶ୍ୟକ ଖାଦ୍ୟ ବା ମିଲ୍, ପିଇବା ପାଣି,ବିଜୁଳି, ଆଗୁଆ କିମ୍ବା ତତ୍କାଳ ଡ଼ାକ୍ତରୀ ଚିକିତ୍ସା, ପ୍ରାଥମିକ ଶିକ୍ଷା ମଧ୍ୟ ଦେଇ ପାରି ନାହାଁନ୍ତି। ତେଣୁ “ଯାହା ନ ହୋଇଛି ବାଳୁତ କାଳେ,ତାହା କି ହୋଇବ ପାଚିଲା ବାଳେ “ବୋଲି ଶ୍ରୀ ରାଉତ୍ ନବୀନଙ୍କୁ ତାଚ୍ଛଲ୍ୟ କରିଛନ୍ତି। ରାଜ୍ୟରେ ଚାରିଆଡେ ମୃତ୍ୟୁ ଓ ଶବର ବିଭୀଷିକା ଦୃଶ୍ୟ ଓଡ଼ିଶା ବାସୀ ଙ୍କୁ ବ୍ୟଥିତ କରିଛି। ରାସ୍ତାକୁ ବାହାରିଲେ ଦୁର୍ଘଟଣା ମୃତ୍ୟୁ, ଥାନା ରେ ହାଜତ୍ ମୃତ୍ୟୁ, ଜେଲରେ କଏଦୀ ମୃତ୍ୟୁ, ଓଡ଼ିଶାର ହଜାର ହଜାର ଗାଈ ଗୋରୁ ଙ୍କୁ ବଙ୍ଗଳା ଦେଶର କଂସେଇ ଥାନା ରେ ହାଣିବା, ଆଦିବାସୀ ଅଞ୍ଚଳରେ ନକ୍ସଲ ମାନେ ଦିନରେ ଓ ରାତିରେ ଘରୁ ଟାଣି ନେଇ ପୁଲିସ୍ ସୂଚନାଦାତା(INFORMER) ସନ୍ଦେହରେ ନିରୀହ ଲୋକଙ୍କୁ ଖଣ୍ଡାରେ ହାଣି ମୁଣ୍ଡକାଟ ଶାସ୍ତି ଦେବା ଏବଂ ଗୁଳି କରିବା ଘଟଣାବଳୀ ର ବୃଦ୍ଧି, ପ୍ରବାସୀ ଓଡ଼ିଆ ମାନଙ୍କର ଶବ ଓଡ଼ିଶା କୁ ଫେରିବା, ଓଡିଶାବାସୀ ଙ୍କୁ ନିଶାଗ୍ରସ୍ତ କରି କ୍ୟାନସର ରୋଗରେ ଛଟ ପଟ କରିବା ,ଶିକ୍ଷାନୁଷ୍ଠାନ ରେ ଛାତ୍ର ଛାତ୍ରୀ ଆତ୍ମହତ୍ୟା, ପ୍ରତିଦିନ ମହିଳାମାନେ ଏବଂ ନାବାଳିକା ମାନେ ଧର୍ଷଣ ରେ ଛଟପଟ, ପ୍ରତିଦିନ ମହିଳାମାନେ ଘରୋଇ ହିଂସା ରେ ଛଟପଟ, ମହିଳା ମାନେ ଡାହାଣୀ ସନ୍ଦେହରେ ହତ୍ୟା ଓ ନିର୍ଯ୍ୟାତନା ର ଶିକାର, ଗର୍ଭବତୀ ମହିଳାମାନଙ୍କ ଓ ଶିଶୁ ମାନଙ୍କର ଚିକିତ୍ସ। ଅବହେଳାରୁ ମୃତ୍ୟୁ,ପୁଲିସ୍ ଆକ୍ରମଣ ଓ ଅତ୍ୟାଚାରରେ ଗାଁ, ସାହି, ବସ୍ତି, ପୁରୁଷ ଶୂନ୍ୟ ଓ ମହିଳା ଶୂନ୍ୟ ,ବେରୋଜଗାରୀ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ନ ଦେଇ ଆଉଟ୍ ସୋର୍ସିଂ ସଂସ୍ଥା ଗୁଡିକୁ ବେରୋଜଗାରି ଯୁବକ ଯୁବତୀ ମାନଙ୍କୁ ଶୋଶଣ କରିବା ପାଇଁ ପ୍ରୋତ୍ସାହନ ଦେବା, ବେଆଇନ୍ ବିଜୁଳି ବିଲ୍ ଆଦାୟ, ଜନ ପ୍ରତିନିଧି ମାନଙ୍କୁ ନ୍ୟୁନ କରିବା, ମାନବିକ ଅଧିକାର କ୍ଷୁର୍ଣ୍ଣ ଘଟଣାବଳୀର ବୃଦ୍ଧି, ଏନକାଉଣ୍ଟର, ଆଇନ୍ କୁ ହାତକୁ ନେବା ଘଟଣା ବଳୀର ବୃଦ୍ଧି, ଶ୍ରୀ ମନ୍ଦିରରେ ଲଗାତାର ନୀତି ବିଭ୍ରାଟ, ଶ୍ରୀ ମନ୍ଦିର ଭିତରକୁ ଅଣ ହିନ୍ଦୁ ମାନଙ୍କର ପ୍ରବେଶ, ଭିଡ଼ ମୃତ୍ୟୁ, ଚାଷୀ ମୃତ୍ୟୁ ଓ ଚାଷୀ ଶୋଷଣ ବ୍ୟବସାୟୀ ମାନଙ୍କୁ ହତ୍ୟା ଓ ଅପହରଣ ଇତ୍ୟାଦି ଅସରନ୍ତି ସମସ୍ୟାର ସୃଷ୍ଟି କର୍ତ୍ତା ନବୀନ ପଟ୍ଟନାୟକ ଏବଂ ତାଙ୍କର ମୁଷ୍ଟିମେୟ ଅଣଓଡ଼ିଆ ଅଫିସର ମାନଙ୍କ ଚାଳିତ ବିଜୁ ଜନତା ଦଳ ସରକାର।ତେଣୁ ମାର୍ଚ୍ଚ ୫ କୁ ଓଡ଼ିଶାରେ ଗଣହତ୍ୟା ଓ ଗଣତନ୍ତ୍ର ର ହତ୍ୟା ଦିବସ ଭାବେ ପାଳୁଛି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି । ଓଡିଶାବାସୀ ମାର୍ଚ୍ଚ ୫ କୁ ଗଣହତ୍ୟା ଓ ଗଣତନ୍ତ୍ର ର ହତ୍ୟା ଦିବସ ଭାବେ ପଳିବାକୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ପକ୍ଷରୁ ଓଡିଶା ବାସୀଙ୍କୁ ନିବେଦନ କରାଯାଇଛି।

Leave a Reply

Your email address will not be published. Required fields are marked *