ରାଜ୍ୟ

ପାଚିକା ସଂଘ ର ଆନ୍ଦୋଳନ

ନିମାପଡ଼ା : ଆଜି ଅପରାହ୍ନରେ ମଧ୍ୟାହ୍ନ ଭୋଜନ ପାଚିକା ସଂଘ (ସିଟୁ)ର ନିମାପଡ଼ା ଶାଖା ପକ୍ଷରୁ ଦଶ ଦଫା ଦାବି ନେଇ ଏକ ଆନ୍ଦୋଳନ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି।ପାଚିକା ସଂଘର ଜିଲ୍ଲା ସଭାପତି ପୀତବାସ ବେହେରା ଏହି ଆନ୍ଦୋଳନରେ ଯୋଗଦେଇ ପାଚିକା ମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।ପାଚିକା ମାନଙ୍କୁ ସର୍ବନିମ୍ନ ମଜୁରୀ,ବୀମା ଓ ପେନସନ ଲାଗୁ,ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଅନୁସାରେ ପାଚିକା ନିଯୁକ୍ତି,ୟୁନିଫର୍ମ ପ୍ରଦାନ,ଅବସର ବୟସ ୬୨କୁ ବୃଦ୍ଧି,ମାସର ନିର୍ଦିଷ୍ଟ ତାରିଖରେ ପାରିଶ୍ରମିକ ପ୍ରଦାନ,୨୮ ମାସର ବକେୟା ପ୍ରାପ୍ୟ ପ୍ରଦାନ,ମଧ୍ୟାହ୍ନ ଭୋଜନର ଘରୋଇକରଣକୁ ବନ୍ଦ କରିବା,୧୦ମାସ ପରିବର୍ତ୍ତେ ୧୨ମାସର ପାରିଶ୍ରମିକ ପ୍ରଦାନ ଓ ଅଷ୍ଟମ ଶ୍ରେଣୀରୁ ବାଦ୍ ପଡ଼ିଥିବା ପାଚିକା ମାନଙ୍କୁ ତୁରନ୍ତ ପାଖାପାଖି ବିଦ୍ୟାଳୟରେ ନିଯୁକ୍ତି ଆଦି ନେଇ ଏକ ଦାବିପତ୍ର ସରକାରଙ୍କ ଉଦ୍ଦେଶ୍ୟରେ ଶିକ୍ଷାଧିକାରୀ ଙ୍କୁ ପ୍ରଦାନ କରାଯାଇଥିଲା।ସଂଘର ଜିଲ୍ଲା ସମ୍ପାଦିକା ନିରୁପମା ରଥ,ଶର୍ମିଷ୍ଠା ଲେଙ୍କା,ସଚଳା ବାରିକ,ରୀନା ବେହେରା,ଭାରତୀ ପରିଜା,ମନୋରମା ପ୍ରଧାନ,ସରୋଜିନୀ ପାଣି,ଟିକିନା ପାଲ, ସରସ୍ବତୀ ଭାରତୀ ଏବଂ ଟୁନା ବେହେରାଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ଓ ପାଚିକା ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *