ରାଜ୍ୟ

ପାଟଣା ରାମ ମନ୍ଦିର ରେ ପୂଜା ପାଠ ଓ ମହା ଯଜ୍ଞ

ପାଟଣା: ଅଯୋଧ୍ୟା ଠାରେ ରାମ ମନ୍ଦିର ରେ ପ୍ରାଣ ପ୍ରତିଷ୍ଠା ପର୍ଵ କାର୍ଯ୍ୟକ୍ରମ ଉପଲକ୍ଷେ ପାଟଣା ବ୍ଲକ ଅଞ୍ଚଳରେ ଥିବା ସମସ୍ତ ମନ୍ଦିର ମାନଙ୍କରେ ଆଜି ମନ୍ଦିର କମିଟି ଦ୍ୱାରା ପୂଜା ଓ ଯଜ୍ଞ ଆଦି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।ଏହି ଅବସରରେ ପାଟଣା ର ପ୍ରାଚୀନ ଆନନ୍ଦେଶ୍ୱର ମନ୍ଦିର ପରିସରରେ ଥିବା ରାମ ମନ୍ଦିର ଓ ଝାଲିଆ ପଡା ଠାରେ ଥିବା ରାମ ମନ୍ଦିର ରେ ଆଜି ଅଯୋଧ୍ୟା ରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ପୂଜା ପାଠ ସହିତ ଗୀତା ଯଜ୍ଞ, ସୁନ୍ଦରାକାଣ୍ଡ ପାଠ ,ହନୁମାନ ଚାଳିଶା ପାଠ ଆଦି ଆୟୋଜନ ହୋଇଥିଲା।ପ୍ରଭୁ ଶ୍ରୀ ରାମ ,ମାତା ସୀତା, ଅନୁଜ ଲକ୍ଷ୍ମଣ ଓ ହନୁମାନ ଙ୍କ ବେଶରେ ଶିଶୁ ମାନଙ୍କୁ ବେଶ କରାଯାଇ ରାମ ନାମ ସଂକୀର୍ତ୍ତନ କରି ନଗର ପରିକ୍ରମା କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଅନ୍ୟୁନ୍ନ 2 ହଜାର ଶ୍ରଦ୍ଧାଳୁ ଙ୍କ ଯୋଗଦାନ ଯୋଗୁ ରାମ ମନ୍ଦିର ଉତ୍ସବ ମୁଖର ହୋଇ ଉଠିଥିଲା।ବିଶ୍ବହିନ୍ଦୁ ପରିଷଦ,ପାଟଣା ପୁଲିସ, ବଜରଙ୍ଗ ଦଳ, ସ୍ଥାନୀୟ ଯୁବ ସମାଜ, ବଣିକ ସଙ୍ଘର ପ୍ରତିନିଧି ମାନେ ପୂଜା ଯଜ୍ଞ ଓ ପ୍ରସାଦ ସେବନ କାର୍ଯ୍ୟ କୁ ତ୍ୱରାନ୍ୱିତ କରିଥିଲେ।ଅପରାହ୍ନ ରେ ବଜରଙ୍ଗ ଦଳ ପକ୍ଷରୁ ସ୍ୱାମ ହନୁମାନ ମନ୍ଦିରରୁ ଏକ ବିଶାଳ ହନୁମାନ ଝଣ୍ଡା କୁ ସୁସଜ୍ଜିତ ଗାଡ଼ିରେ ରଖି ବଜାର ପରିକ୍ରମା ସହିତ ଜୟ ଶ୍ରୀ ରାମ ଧ୍ୱନୀ ରେ ଶୋଭାଯାତ୍ରା ଆନନ୍ଦେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ ଥିବା ରାମ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ଗୀତା ଯଜ୍ଞ ରେ କର୍ତା ଅରୁଣ କୁମାର ମିଶ୍ର ଙ୍କ ଉପସ୍ଥିତି ରେ ପୂଜକ ନବକିଶୋର ଦାଶ, ପ୍ରକାଶ କୁମାର ମିଶ୍ର, ପର୍ଶୁରାମ ପଣ୍ଡା, ମାନସ ଦାଶ, କ୍ଷୀରୋଦ ଚନ୍ଦ୍ର ମିଶ୍ର, ଚିନ୍ମୟ ମିଶ୍ର, ଓ କିଶୋର ମୋହନ ଦ୍ବିବେଦୀ ପ୍ରମୁଖ ଙ୍କ ଦ୍ଵାରା ଗୀତା ଯଜ୍ଞ ଅନୁଷ୍ଠିତ ହୋଇଥିଲା।ଆନନ୍ଦେଶ୍ୱର ମନ୍ଦିର କମିଟି ର ସଭାପତି ଅଜୟ କୁମାର ଦାଶ, ଉପସଭାପତି ଯୁଗଳ କିଶୋର ଦାଶ, ସମ୍ପାଦକ ସନାତନ ଦାଶ, ଓ ଅରୁଣ କୁମାର ମିଶ୍ର,ଙ୍କ ସହିତ ବିଦ୍ୟାଧର ମହାନ୍ତ, ବିରଞ୍ଚି କୁମାର ମହାନ୍ତ ସମେତ ବିଶ୍ବହିନ୍ଦୁ ପରିଷଦ,ବଜରଙ୍ଗ ଦଳ ର ବହୁ ସଂଖ୍ୟାରେ ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ।ସେହିପରି ଝାଲିଆ ପଡା ରାମ ମନ୍ଦିରରେ ପୂଜକ ରଜତ ଦାଶ ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପ୍ରସନ୍ନ କୁମାର ନଏକ, ଭଗବାନ ମହାନ୍ତ, ପ୍ରଦୀପ ମହାନ୍ତ, ଜନାର୍ଦ୍ଦନ ନାଏକ, ସୁନୀଲ ନଏକ ପ୍ରମୁଖ ସହଯୋଗ କରିଥିଲେ।ସନ୍ଧ୍ୟାରେ ଶହ ଶହ ସଂଖ୍ୟାରେ ଶ୍ରୀରାମ ଭକ୍ତ ମହିଳା ଓ ପୁରୁଷ ମନ୍ଦିର ପ୍ରାଙ୍ଗଣ ରେ ଉପସ୍ଥିତ ରହି ଦେଶର ମଙ୍ଗଳ କାମନା ପାଇଁ ଦୀପ ପ୍ରଜ୍ଵଳ କରିଥିଲେ।ଦିନ ତମାମ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ରୁ ପାଟଣା ଅଞ୍ଚଳ ବେଶ ଆଧ୍ୟାତ୍ମିକ ମୟ ପରିବେଶ ସୃଷ୍ଟି ହୋଇଥିଲା ।

Leave a Reply

Your email address will not be published. Required fields are marked *