ରାଜ୍ୟ

ପାଟଣା ପ୍ରେସ୍ କ୍ଲବ ରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ


ପାଟଣା – କେନ୍ଦୁଝର ଜିଲ୍ଲା ପାଟଣା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅବସ୍ଥିତ ପାଟଣା ପ୍ରେସ୍ କ୍ଲବ କାର୍ଯ୍ୟାଳୟ ସମ୍ମୁଖରେ ଆଜି ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ପାଟଣା ପ୍ରେସ୍ କ୍ଲବ ରେ ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ନୃସିଂହନାଥ ସିଂ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ, ସମ୍ମାନିତ ଅତିଥି ଭାବେ ପାଟଣା ଥାନା ଅଧିକାରୀ ବିବତ୍ସ କୁମାର ପ୍ରଧାନ, ପାଟଣା ତହସିଲ୍ ଦାର ସୁଶ୍ରୀ ଲୀଳାବତୀ ନାୟକ, ପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବଶଙ୍କର ମୁର୍ମୁ, ପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାତ, ପାଟଣା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାର, ପାଟଣା ଅଗ୍ନିସମ ଅଧିକାରୀ ମନୋରଞ୍ଜନ ମହାନ୍ତ, ଅତିରିକ୍ତ ତହସିଲଦାର ସରଣ କୁମାର ଜେନା, ବଡପାଟଣା ସରପଞ୍ଚ ବିନତୀ ବାନରା, ସମିତି ସଭ୍ୟ ମୋହନ ସୁନ୍ଦର ମହାନ୍ତ, ବରିଷ୍ଠ ସମାଜ ସେବୀ ଇଂ ବିଦ୍ୟାଧର ଦାଶ, ଅଜୟ କୁମାର ଦାଶ, ତୁଷାର କାନ୍ତି ତ୍ରିପାଠୀ, ଜତିନ୍ଦ୍ର କୁମାର ଦାଶ, ପ୍ରଶାନ୍ତ କୁମାର ଭଞ୍ଜଦେଓ, ଶିକ୍ଷାବିତ୍ ଭରତ ଚନ୍ଦ୍ର ସାହୁ, ଅବସର ପ୍ରାପ୍ତ ସୈନିକ ନାରାୟଣ ବାରିକ, ପାଟଣା ପ୍ରେସ୍ କ୍ଲବ ର ସଭାପତି କିଶୋର ଚନ୍ଦ୍ର ମହାନ୍ତ, ସାଧାରଣ ସମ୍ପାଦକ ବିଜୟରତ୍ନ ପତି ପ୍ରମୁଖ ଯୋଗଦାନ ଦେଇ ସାଧାରଣତନ୍ତ୍ର ଦିବସ ପାଳନ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ପାଟଣା ସରକାରୀ ବାଳିକା ବିଦ୍ୟାଳୟ ର ଛାତ୍ରୀମାନଙ୍କ ଦ୍ବାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିବା ବେଳେ ପାଟଣା ପ୍ରେସ୍ କ୍ଲବ ର ସାଧାରଣ ସମ୍ପାଦକ ବିଜୟରତ୍ନ ପତି ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ପାଟଣା ପ୍ରେସ୍ କ୍ଲବ ର ଉପଦେଷ୍ଟା ଅଭିମନ୍ୟୁ ରାଉତ, ଉପସଭାପତି ରଞ୍ଜନ କୁମାର ବାରିକ, ଅଞ୍ଜନ କୁମାର ରଣା, ସହ ସମ୍ପାଦକ କାମିନୀ କାନ୍ତ ଦ୍ବିବେଦୀ, କୋଷାଧ୍ୟକ୍ଷ ଚିରଞ୍ଜିବୀ ଦାଶ, କାର୍ଯ୍ୟାଳୟ ସମ୍ପାଦକ ବିଜୟ କୁମାର କାରୁଆ, ପାର୍ଥସାରଥୀ ପାତ୍ର, ନିଶିକାନ୍ତ ବେହେରା, ଜିତେନ୍ଦ୍ର କୁମାର ସେଠୀ, ରତି ରଞ୍ଜନ ମହାନ୍ତ, , ଉଗ୍ରସେନ ପୃଷ୍ଟି, ରବିନ୍ଦ୍ର କୁମାର ପୃଷ୍ଟି ବିରଞ୍ଚି ମହାନ୍ତ ଓ ସୁଜିତ କୁମାର ଦାଶ ପ୍ରମୁଖଙ୍କ ସହ ଭୁତ ମହାନ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *