ରାଜ୍ୟ

ସାଧାରଣତନ୍ତ୍ର ଦିବସ ପାଳିତ


ଭଦ୍ରକ,: ଧାମନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଧୂଷୁରୀରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରମାପଦ ରଣା ପତକା ଉତ୍ତଳନ କରିଥିଲେ ଏବଂ ଶିଶୁମାନଙ୍କ ମଧ୍ୟରେ ଭାଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇ ଥିଲା | ବାଲବର୍ଗରେ ପ୍ରୀତି ମିଶ୍ର ୧ମ ସ୍ଥାନ,ଶୁଭଙ୍କର ମୁଦୁଲି ୨ୟ ସ୍ଥାନ ଓ ଦେବଯାନୀ ପତ୍ରି ୩ୟ ସ୍ଥାନ ଅଧିକାର କରି ଥିଲେ ଏବଂ ଶିଶୁ ବର୍ଗରେ ତନିଷା କେଶ ୧ମ ସ୍ଥାନ, ସ୍ୱପ୍ନାଶ୍ରୀ ନାୟକ ୨ୟ ସ୍ଥାନ ଓ ପୁନମ୍ ପ୍ରିୟଦର୍ଶନୀ ପତି ୩ୟ ସ୍ଥାନ ଅଧିକାର କରିଥିଲେ ଏବଂ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗତାରେ ଇତିଶ୍ରୀ ସାମଲ ୧ମ ସ୍ଥାନ ମଧୁସ୍ମିତା କର ୨ୟ ସ୍ଥାନ ଓ ପ୍ରିୟାଂଶୀ ପଣ୍ଡା ୩ୟ ସ୍ଥାନ ଅଧିକାର କରିଥିଲେ । ବିଚାରକ ଥିଲେ ଗୁରୁମା କଳ୍ପନା ଦେବତା, ରାଧାସ୍ମିତା ମୁଦୁଲି, ଦମୟନ୍ତ୍ରୀ ସାହୁ, ସରୋଜିନୀ ଯେନା । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରଶ୍ମିତା ବେହେରା ,ଶୁଭସ୍ମିତା ପାଗଳ, ଲକ୍ଷ୍ମୀପ୍ରିୟା ମହାନ୍ତି | ସେବିକା ମାମିନା ମହାପାତ୍ର ଓ ସୁମତି ମୁଦୁଲି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *