ରାଜ୍ୟ

ଫକିରସାହି ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ୭୫ତମ ସଧାରଣତନ୍ତ୍ର ଦିବସ ପାଳିତ

କାକଟପୁର : ୭୫ତମ ସଧାରଣତନ୍ତ୍ର ଦିବସ ପାଳନ ଅବସରରେ ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ଅନ୍ତର୍ଗତ ସୁହାଗପୁର ପଞ୍ଚାୟତ ଫକିରସାହି ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରିସରରେ ପ୍ରାତଃ ୭.୩୦ମିନିଟ୍ ରେ ସରପଞ୍ଚ ଶେଖ୍ ଅବୁତାହାର ଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରି ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ଏଵଂ ଶିକ୍ଷାକେନ୍ଦ୍ର ର ବାର୍ଷିକ ଉତ୍ସବ ପାଳନ ପୂର୍ବକ ୨୦୨୩-୨୪ଶିକ୍ଷା ବର୍ଷର କୃତି ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ ଅତିଥି ମାନଙ୍କ ଦ୍ବାରା ଟ୍ରଫି, ସାର୍ଟିଫିକେଟ, ଏଵଂ ଅନ୍ୟାନ୍ୟ ପୁରସ୍କାର ମାନ ପ୍ରଦାନ କରାଯାଇଥିଲା| ୨୦୦୮ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ଶିକ୍ଷା କେନ୍ଦ୍ର ର ଗୁଣାତ୍ମମାନ ଶିକ୍ଷା ପଦ୍ଧତି ତଥା ଉତ୍ତମ ଆଦର୍ଶ ଶିକ୍ଷା ଦାନ ଅଭିଜ୍ଞ ଗୁରୁଜୀ ଗୁରୁମା ମାନଙ୍କ ଦ୍ଵାରା କରାଯାଉଥିବା କାରଣରୁ ଖୁବ୍ ଲୋକପ୍ରିୟ ହୋଇପାରିଛି ବୋଲି ଅତିଥି ମାନେ ଅଭିବ୍ୟକ୍ତି ରଖିଥିଲେ। ଏହି ଉତ୍ସବ କୁ ସମ୍ପାଦକ ଶ୍ରୀ ଗଗନ ବିହାରୀ ପୃଷ୍ଟି ପରିଚାଳନା କରିଥିବା ବେଳେ କୋଷାଧ୍ୟକ୍ଷ ଶ୍ରୀ ଶ୍ରୀଧର ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଡାକ୍ତର କମଲେଶ ଛାଟୋଇ, ମୁଖ୍ୟ ବକ୍ତା ଅସ୍ତରଙ୍ଗ ଜାହାନିଆ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ବଳରାମ ସାହୁ, ସମ୍ମାନିତ ଅତିଥି ସରପଞ୍ଚ ଶେଖ୍ ଅବୁତାହର, ଗଣମାଧ୍ୟମ ପ୍ରତିନିଧି ତଥା ସମାଜସେବୀ ଶ୍ରୀ ମାନସ ସାମଲ, ନାଏବ ସରପଞ୍ଚ ଶ୍ରୀମତୀ ସତ୍ୟଭାମା ପୃଷ୍ଟି , ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ଦାସ, ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରତିମା ସାହୁ, ଶେଖ୍ ସମସୁଲ୍ ଜୁହା ଉପସ୍ଥିତ ଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ପୁଷ୍ପାଞ୍ଜଳୀ ଶତପଥୀ। ସର୍ବଶେଷରେ ସମସ୍ତ ବିଦ୍ୟାର୍ଥୀ ତଥା ଶିକ୍ଷା କେନ୍ଦ୍ର ର ସର୍ବାଙ୍ଗୀନ ଉନ୍ନତି କାମନା କରି ଭବିଷ୍ୟତ ନିର୍ମାଣରେ ସର୍ବୋପରି ଆଦର୍ଶ କୁ ପ୍ରାଧାନ୍ୟ ଦେଇ ଉତ୍ତମ ଆଚରଣ କରିବା ପାଇଁ ଆଶୀର୍ବଚନ ଦେଇ ଶାନ୍ତି ମନ୍ତ୍ର ପାଠ କରିଥଲେ ବୈଦିକ ବ୍ରାହ୍ମଣ ପରିଷଦ ଓଡିଶା ର ଯୁଗ୍ମ ସମ୍ପାଦକ ତଥା ଅଞ୍ଚଳର ବିଶିଷ୍ଟ ସମାଜ ସେବୀ ସୁନାମଧନ୍ୟ ପଣ୍ଡିତ ଚିତ୍ତରଞ୍ଜନ ମିଶ୍ର।

Leave a Reply

Your email address will not be published. Required fields are marked *