ରାଜ୍ୟ

ବିନ୍ଦୁମାଧବ ସରକାରୀ ଉଚ୍ଚ ବିଦ୍ୟାଳୟରେ ସାହିତ୍ୟ ଓ ସୃଜନ ଶୀଳତା ଉତ୍ସବ ପାଳନ


ଭଦ୍ରକ ତା-୨୪/୦୧/୨୪ ସ୍ଥାନୀୟ ବିନ୍ଦୁମାଧବ ସରକାରୀ ଉଚ୍ଚ ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୁଜନଶୀଳତା ଉତ୍ସବ ପାଳିତ ହୋଇ ଯାଇଛି । ଉତ୍ସବ ପାଇଁ ବିଦ୍ୟାଳୟ ପରିସରକୁ ସୁନ୍ଦର ଭାବେ ସଜ୍ଜତ କରାଯାଇ ଥିଲା କାର୍ଯ୍ୟକ୍ରମର ପ୍ରାରମ୍ଭକ ସଭାରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରସାନ୍ତ କୁମାର ସାହୁ ସଭାପତିତ୍ୱକରିଥିଲେ । ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁବଜ ଚରଣ ପତ୍ରୀ ଯୋଗଦେଇ ପିଲାମାନଙ୍କ ମଧ୍ୟରେ ସୃଜନଶୀଳତାର ବିକାଶ ପାଇଁ ଏହି ଉତ୍ସବ ଏକ ବଳିଷ୍ଠ ମାଧ୍ୟମ ବୋଲି କହିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ଅଧକ୍ଷ ଶ୍ରୀ ଅକ୍ଷୟ କୁମାର ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ। ବିଦ୍ୟାଳୟରେ ଗଠିତ ଚାରୋଟି କ୍ଲବ୍ ଯାଥା- ସାହିତ୍ୟ ସୃଜନୀ, ଜିଜ୍ଞାସା କୌଶଳୀ ଓ କ୍ରୀଡାଗଂନା ର ଛାତ୍ରଛାତ୍ରୀ ମାନେ ସେମାନଙ୍କର କଳାକୃତି ପ୍ରଦର୍ଶନ କରିଥିଲେ ସାହିତ୍ୟ ସୃଜନୀ କ୍ଲବ୍ ର ନେତୃତ୍ଵରେ ମୋ କଥା, ମୋ କାହାଣୀ ପୁସ୍ତକ ମାନ ପ୍ରଦଶିତ ହୋଇଥିଲା । ଶିକ୍ଷକ ରବିନାରାୟଣ ମହାନ୍ତି ପ୍ରାରମ୍ଭିକ ପରିଚୟ ପ୍ରଦାନ କରିଥିଲେ । ଶିକ୍ଷକ ତପନ କୁମାର ମିଶ୍ର , ଶ୍ରୀ ସନ୍ତୋଷ କୁମାର ଖିଲାର, ସସ୍ମିତା ପାଣିଗ୍ରାହୀ ଓ ଶୈଳଜାନନ୍ଦିନୀ ଜେନା ଯଥା କ୍ରମେ ଚାରି ବ୍ଳକ୍ ର ମେଣ୍ଟର ଦାୟିତ୍ୱ ତୁଲାଇ ଥିବାବେଳେ ଶ୍ରୀ ସୋମନାଥ ଜେନା, ହିମାଂଶୁ ପଣ୍ଡା, ଅପରାଜିତା ଦାସ , ବିନିକା ଚୈଧୁରୀ, ସୁକାନ୍ତି ସାହୁ, ସୁବାସିନି ମିଶ୍ର, ରାକେଶ ସେନାପତି , ଭାଗବତ ନାୟକ , ଭର୍ବଶି ଦସ, ଜୟନ୍ତୀ ତିଆଡି,ଦେବସ୍ମିତ ମହାନ୍ତି, ମିତାଞ୍ଜଳି ନାୟକ, ଶିରୋମଣି ମହାପାତ୍ର ପ୍ରିୟତମା ଦାସ, ଗଣେଶ ଚନ୍ଦ୍ର ଦତ୍ତ, ସ୍ୱାଗତ ମଲିକ ଓ ବିଜୟ ଲକ୍ଷ୍ମୀ ଦେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *