ରାଜ୍ୟ

ଦି ବେଲ୍ ତରଫରୁ ଭିନ୍ନ ଢ଼ଙ୍ଗରେ ସାଧାରଣ ତନ୍ତ୍ର ଦିବସ

ପୁରୀ : -ସାଧାରଣତନ୍ତ୍ର ଦିବସକୁ ନିଆରା ଢଙ୍ଗରେ ପାଳନ କରିଛି ପୁରୀ ଜିଲ୍ଲା ସ୍ବେଛାସେବୀ ସଂଗଠନ ଦି ବେଲ୍ ୟୁଥ୍ ଫୋରମ୍ । ସମର୍ପଣ ଚାରିଟେବୁଲ ଟ୍ରଷ୍ଟ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯୟକ୍ରମରେ ନୂତନ ଭୋଟର ମାନଙ୍କୁ ସ୍ଵଗତ କରିବା ପାଇଁ ଅନୁଷ୍ଠାନ ତରଫରୁ ଆୟୋଜନ କରାଯାଇଥିଲା ତରୁଣ ଭାରତ କାର୍ଯ୍ୟକ୍ରମ।ପୁରୀ ଭି ଆଈ ପି ରୋଡ ସ୍ଥିତ ମଧୁ ସୁଦନ ପାର୍କ ଠାରେ ସକାଳେ ପତାକା ଉତ୍ତୋଳନ କରାଯିବା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।ଏହା ପରେ ଉପସ୍ଥିତ ନୁତନ୍ ଭୋଟର ମାନଙ୍କୁ ବରିଷ୍ଠ ନାଗରିକ ଓ ସ୍ବେଛାସେବୀ ମାନେ ବନ୍ଦାପନା କରି କରି ସ୍ବାଗତ କରିଥିଲେ ।ଅନୁଷ୍ଠାନ ତରଫରୁ ପ୍ରତ୍ୟେକ ନୂତନ ଭୋଟରଙ୍କୁ ସମ୍ବିଧାନର ମୁଖବନ୍ଧକୁ ଉପହାର ସ୍ବରୂପ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଶିକ୍ଷକ ଓ କବି ଶିବସୁନ୍ଦର୍ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବର୍ତ୍ତମାନ ଯୁବପିଢି କୌଣସି ଚାପ ବା ଲୋଭର ବଶବର୍ତ୍ତୀ ନ ହୋଇ ସଠିକ୍ ପ୍ରାର୍ଥୀ ନିର୍ବାଚିତ କରି ପାରିଲେ ଆମେ ଉତ୍ତମ ଶାସନ ବ୍ୟବସ୍ଥା ପାଇପାରିବା ବୋଲି କହିଥିଲେ | ନାଗରିକ ଭାବରେ ଆମେ କେବଳ ଅଧିକାର ନୁହଁ ଆମ କର୍ତ୍ୟବ ପ୍ରତି ସଚେତନ ରହିବା ଆବଶ୍ୟକ ବୋଲି ସନ୍ଦେଶ ଦେଇ ଥିଲେ।କାର୍ଯ୍ୟକ୍ରମରେ ଯୋଗ ଦେଇ ଥିବା ୫୦ ରୁ ଉର୍ଦ୍ଧ୍ବ ତରୁଣ ମାନଙ୍କୁ ବେଲ୍ ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ ଉତ୍ତମ ନାଗରିକ ହେବା ପାଇଁ ଶପଥ ପାଠ କରାଇଥିଲେ ।ଶିଶୁ ସମାଚାର ସମ୍ପାଦକ ସୁକାନ୍ତ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଦି ବେଲ୍ ୟୁଥ୍ ଫୋରମ ଓ ଓମେଂନ୍ କ୍ଲବ ସଦସ୍ୟ ସଦସ୍ୟା କାର୍ଯ୍ୟକ୍ରମ ପରିଚାଲନା କରିଥିଲେ।ଶେଷରେ ତରୁଣ ମାନଙ୍କ ମଧ୍ୟରେ ମିଷ୍ଠାନ ବଣ୍ଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *