ଦେଶ- ବିଦେଶ

ସରକାର ଆସିଲେ ମହିଳାଙ୍କୁ ମାଲାମାଲ କରିଦେବୁ: କମଲନାଥ

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଜନ୍ମଦିନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଡା ପ୍ରତିଦ୍ବନ୍ଦୀ କମଲନାଥ ଏକ ବଡ଼ ଘୋଷଣା କରିଛନ୍ତି। ପିସିସି ମୁଖ୍ୟ କମଲ ନାଥ କହିଛନ୍ତି ଯେ ଯଦି କଂଗ୍ରେସ ସରକାର କ୍ଷମତାକୁ ଆସେ ତେବେ ମହିଳାମାନେ ମାଲାମାଲ ହୋଇଯିବେ | କାରଣ ମଧ୍ୟପ୍ରଦେଶରେ ନିମ୍ନ ଏବଂ ମଧ୍ୟମବର୍ଗ ପରିବାରର ଭଉଣୀମାନେ ବାର୍ଷିକ ୧୮,୦୦୦ ଟଙ୍କା ପାଇବେ | ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ତାଙ୍କ ଜନ୍ମଦିନ ଅବସରରେ ‘ଲାଡଲି ବେହେନା’ ଯୋଜନା ଆରମ୍ଭ କରିଛନ୍ତି । ଭୋପାଳରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଗୋଟିଏ ବର୍ଷରେ ନିମ୍ନ ଏବଂ ମଧ୍ୟବିତ୍ତ ପରିବାରର ଭଉଣୀମାନଙ୍କୁ ୧୨ ହଜାର ଟଙ୍କା ଦିଆଯିବ। ବିଧାନସଭା ନିର୍ବାଚନ ପୂର୍ବରୁ ଶିବରାଜ ସରକାରଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥା ଭୋଟ୍ ବ୍ୟାଙ୍କ ବୃଦ୍ଧି ଯୋଜନା ବୋଲି କୁହାଯାଉଥିଲା, କିନ୍ତୁ କଂଗ୍ରେସ ଏବେ ଏହି ଯୋଜନାକୁ ଭିନ୍ନ ଢଙ୍ଗରେ ଘୋଷଣା କରିଛନ୍ତି |ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ କହିଛନ୍ତି ଯେ ଯଦି କଂଗ୍ରେସ ସରକାର ଗଠନ ହୁଏ ତେବେ ପ୍ରତି ମାସରେ ୧୫୦୦ ଟଙ୍କା ମହିଳାଙ୍କ ଆକାଉଣ୍ଟକୁ ଆସିବ। ଅର୍ଥାତ ଗୋଟିଏ ବର୍ଷରେ ୧୮ ହଜାର ଟଙ୍କା ମହିଳାଙ୍କ ଆକାଉଣ୍ଟକୁ ଆସିବ | କଂଗ୍ରେସ ସରକାର ଗଠନ ହେବା ପରେ ମହିଳା ସଶକ୍ତିକରଣ ପାଇଁ ବିଶ୍ୱର ସବୁଠାରୁ ବଡ ଯୋଜନା କାର୍ଯ୍ୟକାରୀ ହେବ ବୋଲି କମଲ ନାଥ ସୋସିଆଲ ମିଡିଆରେ ମଧ୍ୟ ଲେଖିଛନ୍ତି। ତେବେ ଉଲ୍ଲେଖ ଥାଉ କି ଆଗାମୀ ନିର୍ବାଚନକୁ ନଜରରେ ରଖି ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଏବେ ‘ବଚନ ପତ୍ର’ ପ୍ରସ୍ତୁତ କରୁଛନ୍ତି | ଭୋଟରଙ୍କୁ କିଭଳି ନିଜ ଆଡକୁ ଆକୃଷ୍ଟ କରାଇ ହେବ ସେନେଇ ଯୋଜନା କରୁଛନ୍ତି | ବିଶେଷ କରି ପୁରୁଣା ପେନସନ ଲାଗୁ ସହ କୃଷକଙ୍କର ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼ ‘ବଚନ ପତ୍ର’ ବା ଇସ୍ତାହାରରେ ଦେଖିବାକୁ ମିଳିପାରେ |

Leave a Reply

Your email address will not be published. Required fields are marked *