ରାଜ୍ୟ

ଯୋଡ଼ା ଖଣିବିଭାଗ ଥାଇକି, ଜେ.ଏସ.ଡବ୍ଲୁ /ଆର୍ସେଲର ମିତଲ ଭୁବନେଶ୍ୱର ପ୍ରୟୋଗଶାଳାରେ ପରୀକ୍ଷା କେଉଁ କାରଣରୁ ?

ଭୁବନେଶ୍ୱର : ଭାରତ ବର୍ଷର ଉଚ୍ଚମାନର ଖଣିଜ ପଦାର୍ଥ ରାଜ୍ୟର ଯୋଡ଼ା,ବଡ଼ବିଲ, କୋଇଡା ଏବଂ ତାହାର ଆଖପାଖ ଅଞ୍ଚଳରେ ବହୁମାତ୍ରାରେ ଦେଖିବାକୁ ମିଳିଥାଏ।ତେବେ ଏହି ଉଚ୍ଚମାନର ଖଣିଜ ସୁପରିଚାଳନା ତଥା ସରକାରଙ୍କୁ ସଠିକ ରାଜସ୍ବପ୍ରାପ୍ତ ଉପଲବ୍ଧ ଯୋଗାଇ ଦେବାର କାର୍ଯ୍ୟ ନିମନ୍ତେ ଯୋଡ଼ା ଏବଂ କୋଇଡା ଠାରେ ଖଣି ଉପନିର୍ଦ୍ଧେଶକ କାର୍ଯ୍ୟଳୟ ଅବସ୍ଥିତି ରହିଥିବା ସହିତ ଯୋଡ଼ାଠାରେ ଥିବା ଖଣି ଉପନିର୍ଦ୍ଧେଶକ କାର୍ଯ୍ୟାଳୟଟି ଉପର ମହଲାରେ ପରିଚାଳିତ ହେଉଥିବା ବେଳେ ତଳ ମହଲାରେ ଖଣିଜ ନମୁନା ପରୀକ୍ଷଣ ନିମନ୍ତେ ସରକାରଙ୍କ ଉପନିର୍ଦ୍ଧେଶକ ରାସାୟନିକ ବିସ୍ଲେସଣ ବିଭାଗ କାର୍ଯ୍ୟକାରୀ ରହିଥିବାର ଦେଖିବାକୁ ମିଳେ।ତେବେ ଏଠାରେ ବିଭାଗରେ ଘଟିଥିବା ଆଶ୍ଚର୍ଯ୍ୟକର ବିଷୟକୁ ଦେଖିବାକୁ ଗଲେ, ଉକ୍ତ ଖଣି ବିଭାଗରେ ଦୀର୍ଘ ପାଞ୍ଚ ବର୍ଷରୁ ଉର୍ଦ୍ଧ ବର୍ଷ ଧରି,ଯେତେବେଳେ ଯୋଡ଼ା ଉପନିର୍ଦ୍ଧେଶକ ରାସାୟନିକ ବିସ୍ଲେସଣ ସରକାରୀ ଖଣି କାର୍ଯ୍ୟଳୟରେ ରାସାୟନିକ ପଦାର୍ଥ ମହଜୁଦ ନଥିବା ବେଳେ ସେତେବେଳର ନିଯୋଗ ଅଫିସର ବହୁ ପ୍ରକାରର ନମୁନାର ଶହ ଶହ ପରୀକ୍ଷଣ ସଫଳତାର ସହ କରାଇପାରିଲେ ।ତେବେ ଦୀର୍ଘ ପାଞ୍ଚ ବର୍ଷର ଯାହା ଉକ୍ତ “ଡି.ଡି.ସି.ଏ”ବିଭାଗୀୟଙ୍କ ଅନୀତି ଏବଂ ଦୁର୍ନୀତିର କଳା କାରନାମାର ଏକ ଗୁରୁତ୍ୱପୂର୍ଣ ରିପୋର୍ଟ ଅନୁଯାୟୀ ତଥ୍ୟ ଯାହା ହସ୍ତଗତ,ଫଳରେ ବିଭାଗୀୟ ବହୁ ରହସ୍ୟ ଏବେ ଦିନକୁ ଦିନ ଖୋଲିବାରେ ଲାଗିଛି।ତେବେ ଗତ କିଛି ବର୍ଷ ଧରି ବିଭାଗୀୟ କାର୍ଯ୍ୟପ୍ରଣାଳୀରେ ଆବଶ୍ୟକୀୟ ସମସ୍ତ ବ୍ୟବସ୍ଥା ରହିଥିବା ସ୍ୱତ୍ୱେ କାହିଁକି 2022 ବେଳକୁ ଜେ.ଏସ.ଡବ୍ଲୁ, ଆର୍ସେଲର ମିତଲ ପ୍ରଭୁତି ଆଉ କେତେକ କମ୍ପାନୀଙ୍କ(ବହୁ କମ୍ପାନୀଙ୍କ ନାମର ଲମ୍ବା ଚିଠା ରହିଛି)ନମୁନା ଭୁବନେଶ୍ୱର ପ୍ରୟୋଗଶାଳା ଯିବାକୁ ପଡେ କେବଳ ଅମ୍ପୟାର ନିମନ୍ତେ ? ତେବେ ଦେଖିବକୁ ଗଲେ କମ୍ପାନୀ ଭୁବନେଶ୍ୱର ଯିବା ପଛରେ କେଉଁ ଷଡଯନ୍ତ୍ର କିମ୍ବା ଅଫିସରଙ୍କ ସ୍ୱାର୍ଥହାସଲ ନିମନ୍ତେ ଉକ୍ତ ଘାଟଣା ଘଟା ଯାଇଅଛି ବୋଲି ଏକ ବିଭାଗୀୟ ସୂତ୍ର ଅନୁଯାୟୀ ଖବର ଆସେ, ଯଦି ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ପକ୍ରିୟା ହୋଇପାରିଲେ ଯାଇ ବିଭାଗୀୟ ବହୁ ଅନୀତି ଭିଆଇଥିବା ଅଫିସରଙ୍କ ପର୍ଦ୍ଦାଫାସ ହୋଇବା ସହ ସରକାରଙ୍କ ରାଜସ୍ବରେ ଉର୍ଣ୍ଣତି ବଢ଼ିବା ହୋଇବ।ତେବେ ଦେଖିବାକୁ ଗଲେ “ଜନତା ମାଲିକ”ତାଙ୍କର ଖଣି ବିଭାଗ ଏବଂ ତାଙ୍କର ସବୁ ଖଣି ଖାଦାନରେ କେତେକ ଦୁର୍ନୀତିଖୋର ଅଫିସର ଘଟୁଥିବା ବହୁ ଅନୀତି ଏବଂ ଦୁର୍ନୀତି ଉପରେ ଯାହା ଆଲୋଚନା ଶୁଣିବାକୁ ମିଳେ ଯେ ଏହି ସବୁ ପ୍ରାୟ ଘଟଣା ଉପରେ ଅଞ୍ଚଳର ଏକ ଅଣଓଡ଼ିଆ ଯୁବ ଅଫିସରଙ୍କ ବହୁ କାର୍ଯ୍ୟରେ ହାତ ଥିବାବେଳେ ରାଜଧାନୀର ମଧ୍ୟ କେହି ଏକ ଅଫିସର ଯେକି ଖଣି ଅଞ୍ଚଳକୁ ପ୍ରତି ମାସରେ ଆସି, ଉକ୍ତ ଅଫିସର ସହ ହାତ ମିଳାଇ, ଦୁହେଁ ବହୁ କାର୍ଯ୍ୟ ଭିଆଉଥିବାର ଶୁଣିବାକୁ ମିଳେ।ତେବେ ଏହି ସବୁ ଘଟଣା ଦୁର୍ନୀତିର ଗନ୍ଧ ମହମହ ହୋଇ ବାସୁ ଥିବାବେଳେ ଏକ ଉଚ୍ଚସ୍ତରୀୟ ତଦନ୍ତ ପକ୍ରିୟା ହୋଇବା କିମ୍ବା ରାଜ୍ୟ ସରକାର ତଥା 5ଟି ଭି.କେ ପାଣ୍ଡିଆନଙ୍କ ସାହାଯ୍ୟରେ ଏହାର ଅନୁଧ୍ୟାନ କରି,ଦୋଷୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଏବଂ ଖଣିର କଡା ସୁରକ୍ଷା ଓ ଖଣି କମ୍ପାନୀଙ୍କ ଠାରୁ ଆଦାୟ ହେଉଥିବା ରାଜସ୍ୱର ସୁରକ୍ଷା ଦିଗରେ କାର୍ଯ୍ୟ ନିହାତି ଜରୁରୀ ହୋଇପଡିଛି ବୋଲି ବୁଦ୍ଧିଜୀବିଙ୍କ ଆକଳନ ବୋଲି ଜଣାପଡେ।

Leave a Reply

Your email address will not be published. Required fields are marked *