ଦେଶ- ବିଦେଶ

ଗିରଫ ଭୟରେ ଇମ୍ରାନ ଖାନ ଫେରାର

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଘରେ ରବିବାର ଜାମିନ ବିହୀନ ଗିରଫ ୱାରେଣ୍ଟ ନେଇ ପହଞ୍ଚିଥିବା ପୁଲିସକୁ ଖାଲି ହାତରେ ଫେରିବାକୁ ପଡ଼ିଛି।

ସୂଚନାଯୋଗ୍ୟ, ପୁଲିସ ଅଧ୍ୟକ୍ଷ ଇମ୍ରାନଙ୍କ ଘରେ ପହଞ୍ଚିବା ପରେ ପୂର୍ବତନ ପ୍ରଧାନମାନ୍ତ୍ରୀ ତାଙ୍କ ଘରୁ କେଉଁଆଡେ ଫେରାର ହୋଇଯାଇଥିବା ଜାଣିବାକୁ ପାଇଥିଲେ। ସମସ୍ତ ଘର ଯାଞ୍ଚ କରିବା ପରେ ପୁଲିସ ଘଟଣାସ୍ଥଳରୁ ନିରାଶ ହୋଇ ଫେରି ଆସିଥିଲା।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦାମୀ ଗ୍ରାଫ ହାତଘଣ୍ଟା ସମେତ ଉପହାର କିଣିବା ନେଇ ବିବାଦ ଘେରରେ ଫସି ଯାଇଛନ୍ତି।  ଏହି ସବୁ ଉପହାରକୁ ତୋସାଖାନା ନାମକ ଏକ ରାଜ୍ୟ ଜମା ବିଭାଗଠାରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ରିହାତି ମୂଲ୍ୟରେ ଗ୍ରହଣ କରିଥିଲେ ଏବଂ ପରେ ଏହାକୁ ଲାଭରେ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା।

ଫେବୃଆରି ୨୮ ତାରିଖରେ ଅନେକ ମାମଲାରେ ଇମ୍ରାନ ଖାନ  ଶୁଣାଣି ସମୟରେ ଭିନ୍ନଭିନ୍ନ କୋର୍ଟରେ ହାଜର ହୋଇଥିଲେ। କିଛି କୋର୍ଟରେ କେ‌ତୋଟି ମାମଲାରେ ତାଙ୍କୁ ଆଶ୍ବସ୍ତି ମିଳିଥିବା ବେଳେ ତୋସାଖାନା ମାମଲାରେ ତାଙ୍କ ଉପରେ ଗିରଫଦାରୀର ଖଣ୍ଡା ଝୁଲିଥିଲା।

କୋର୍ଟ ଇମ୍ରାନ ଖାନଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ। ବାସ୍ତବରେ ଫେବୃଆରି ୨୮ ତାରିଖରେ ଇମ୍ରାନ ଖାନଙ୍କୁ ଭିନ୍ନଭିନ୍ନ ଚାରିଟି ମାମଲାରେ କୋର୍ଟରେ ହାଜର ହେବାର ଥିଲା। ସେ ବାକି ସ୍ଥାନମାନଙ୍କରେ ହାଜର ହୋଇଥିଲେ, କିନ୍ତୁ ତୋସାଖାନା ମାମଲାର ଶୁଣାଣି ସମୟ‌ରେ ହାଜର ହୋଇ ନଥିଲେ।

କୁହାଯାଉଛି କି ଏହି ମାମଲାରେ ପୂର୍ବରୁ ବି ଇମ୍ରାନ କୋର୍ଟରେ ହାଜର ହୋଇ ନଥିଲେ। ଏହି କାରଣରୁ କୋର୍ଟ ଅସନ୍ତୋଷ ବ୍ୟକ୍ତ କରି ଇମ୍ରାନଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି।

Leave a Reply

Your email address will not be published. Required fields are marked *