ଜମିଜମା ଠକେଇ ମାମଲାରେ ଦୁଇ ଠକ ଗିରଫ
ଭୁବନେଶ୍ୱର: ଜମି ଜମିଜମା ଠକେଇ ମାମଲାରେ ଦୁଇଜଣ ଠକଙ୍କୁ ଗିରଫ କରାଯାଇଛି। ଉଭୟଙ୍କୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଗିରଫ କରିଛି। ଦୁଇ ଠକ ହେଲେ ସବିତା ଦାସ ଓ ଆଦିତ୍ୟ ସାହୁ। ଜଗତସିଂହପୁର ଜିଲ୍ଲା ରାହାମା ଅଞ୍ଚଳର ସବିତା ସାହୁ ସଂପ୍ରତି କଟକ ଖାନନଗରର ବାସିନ୍ଦା। ଆଦିତ୍ୟ ସାହୁଙ୍କ ଘର କଟକ ଜିଲ୍ଲା ଆଠଗଡ଼ର ମଞ୍ଜରିପଡାରେ।ଭୁବନେଶ୍ୱରର ଶୈଳଶ୍ରୀ ବିହାରର ସ୍ବସ୍ତିରଂଜନ ପାଣିଙ୍କ ଅଭିଯୋଗକ୍ରମେ ଉଭୟଙ୍କୁ ଗିରଫ କରାଯାଇଛି। ସେଦୁହେଁ ବାରଙ୍ଗର ବଚ୍ଚାପୁରରେ ଥିବା ୭୫ ବର୍ଷ ବୟସ୍କା ମହିଳା ରଙ୍ଗଲତା ସ୍ବାଇଁଙ୍କ ଏକ ଜମି କ୍ରୟ ଘଟଣାରେ ଠକେଇ କରିଥିଲେ।